ଲଂଚ ହେଲା କୁଲି ନଂ-୧ର ସିକ୍ୱେଲର ଟିଜର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କୁଲି ନଂ -୧’ ସିକ୍ୱେଲର ପ୍ରଥମ ଟିଜର ଲଂଚ କରି ଦିଆଯାଇଛି । ଏହା ଏକ ମୋସନ ପୋଷ୍ଟର ଅଟେ । ଏହି ଫିଲ୍ମର ମୁଖ୍ୟ ପୋଷ୍ଟର ଅଗଷ୍ଟ ୧୨ରେ ରିଲିଜ ହେବ ଓ ଏହି ଫିଲ୍ମ ୨୦୨୦ରେ ରିଲିଜ୍ କରାଯିବ । ଏହି ମୋସନ ପୋଷ୍ଟରରରେ ଏକ ପ୍ରଶ୍ନ ଲେଖାଯାଇଛି ଯେ, କୁହନ୍ତୁ କିଏ ଆସୁଛି ? ଏହା ସହିତ କୁଲି ବେଶରେ ଅର୍ଥାତ ନାଲି ସାର୍ଟ ଓ ଧଳା ପ୍ୟାଂଟ ପିନ୍ଧି ଏକ ଯୁବକ ଆସୁଥିବାର ଦେଖିବାକୁ ମିଳୁଛିା ଯିଏ କି ଅନେକ ସୁଟକେଶ୍ ଧରିଛି ଓ ଏହାକୁ ବାଲାନ୍ସରେ ରଖିବାକୁ ଚେଷ୍ଟା କରୁଛି । କିନ୍ତୁ ଏଥିରେ ତାଙ୍କ ମୁହଁ ଦେଖାଯାଉନାହିଁ । ପୋଷ୍ଟରରେ ଫିଲ୍ମର ମୁଖ୍ୟ କଳାକାର ବରୁଣ ଧୱନ ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଜୁଡୱା-୨ ପରେ ଫିଲ୍ମ ନିର୍ମର୍ାତା ଡେଭିଡ ଧୱନ ପୁଣି ଥରେ ନିଜର ଆଉ ଏକ ଫିଲ୍ମର ସିକ୍ୱେଲ ତିଆରି କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମଟି ହେଲେ ସୁପରହିଟ୍ ଫିଲ୍ମ ‘କୁଲି କଂ-୧’ । ଏ ବିଷୟରେ ଡେଭିଡ ଧୱନ କହଛନ୍ତି ଯେ, ‘କୁଲି ନଂ-୧’ର ରିମେକ୍ ଏକ ନୂଆ ଫିଲ୍ମ ଅଟେ ଓ ଏଥିରେ ଅନେକ ନୂଆ ଜିନିଷ ଦେଖାଯିବ । ଏହି ସିନେମାରେ ଡେଭିଡଙ୍କ ପୁଅ ବରୁଣ ଅଭିନୟ କରିବେ । ବରୁଣ ଏଥିରେ କୁଲି ନଂ-୧ ମୁଖ୍ୟ କଳାକାର ତଥା ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଭୂମିକାରେ ନଜର ଆସିବେ ।
ଏହି ଫିଲ୍ମକୁ ଡେଭିଡ ଧୱନ ୧୯୯୫ରେ ନିଦେ୍ର୍ଦଶନା ଦେଇଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଗୋବିନ୍ଦାଙ୍କ ସହିତ, କରିସ୍ମା କପୁର, ଶକ୍ତି କପୁର, ଓ କାଦର ଖାନଙ୍କୁ ଦେଖିବାକୁ ମିଳିଥିଲା । ‘କୁଲି ନଂ-୧’ର ରିମେକରେ ଅଭିନେତ୍ରୀ କରିସ୍ମାଙ୍କ ଭୂମିକାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସିବେ ।
ଡେଭିଡ ଏକ ସାକ୍ଷାତକାରରେ କହିଛନ୍ତି କି, ‘କୁଲି ନଂ-୧ ଦେଖିବା ପରେ ମୁଁ ଏହାର ସ୍କ୍ରିପ୍ଟ ଉପରେ କାମ କରିବା ଆରମ୍ଭ କରିଦେଇଥିଲେ । ଛ’ମାସ ପର୍ଯ୍ୟନ୍ତ ମୁଁ କେବଳ ଏହି ଫିଲ୍ମ ବିଷୟରେ ଚିନ୍ତା କରୁଥିଲି କି, ମୁଁ ଏହାକୁ କରିବି କିଳ ନାହିଁ । ବହୁ ଚିନ୍ତା କରିବା ପରେ ଶେଷରେ ମୁଁ ଏହାକୁ ତିଆରି କରିବାକୁ ନିଷ୍ପତି ନେଲି । ଏହା ବାସ୍ତବରେ ଏକ ନୂଆ ଫିଲ୍ମ ଅଟେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*