ରାଜଭବନରେ ରାଷ୍ଟ୍ରୀୟ କବି ସମ୍ମିଳନୀ ଭାରତ ହେଉଛି ଭାବ,ରାଗ ଓ ତାଳର ଉଜ୍ଜ୍ୱଳ ଭୂମି : ରାଜ୍ୟପାଳ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କବିମାନେ ହେଉଛନ୍ତି ଜ୍ଞାନମାର୍ଗୀ ଦ୍ରଷ୍ଟା । ତାଙ୍କ ସର୍ଜନା ପାଲଟିଯାଏ ସକଳ ସୃଷ୍ଟିର ମଙ୍ଗଳ ପାଇଁ ପ୍ରାର୍ଥନା । ମଣିଷ ମନରେ ସୁପ୍ତ ଚେତନାକୁ ଜାଗ୍ରତ କରାଇ ସକରାତ୍ମକ ଭାବଧାରାରେ ସେମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ଉପଯୋଗ କରାଇପାରନ୍ତି କବିମାନେ । ସେମାନଙ୍କ ପାଖରେ ଅଛି ସଂଜୀବନୀ ବିଦ୍ୟା । ଭାବକୁ ବସ୍ତୁରେ ଓ ବସ୍ତୁକୁ ଭାବରେ ରୂପାନ୍ତର କରିବାର କ୍ଷମତାର ଅଧିକାରୀ ହେଉଛନ୍ତି କବିମାନେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ରାଜଭବନରେ ରାଷ୍ଟ୍ରୀୟ କବି ସଂଗମ ପକ୍ଷରୁ ଆୟୋଜିତ କବି ସମ୍ମିଳନୀରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ଭାରତ ହେଉଛି ଭାବ, ରାଗ ଓ ତାଳର ଉଜ୍ଜ୍ୱଳ ଭୂମି । ସତ୍ୟ, ଶିବ ଓ ସୁନ୍ଦରର ଉପାସନା ଏହାର ପରଂପରା । ଯେଉଁଠି ଶଦ୍ଦକୁ ବ୍ରହ୍ମ ଭାବରେ ପୂଜା କରାଯାଏ, ସେଠାରେ ସାହିତି୍ୟକମାନେ ନମସ୍ୟ । ସାହିତି୍ୟକମାନେ ସେମାନଙ୍କ ସୃଷ୍ଟିରେ ଭାରତୀୟତାର ସଫଳ ଓ ସଠିକ ପ୍ରତିଫଳନ କରାଇ ସମୟକୁ ମାର୍ଗଦର୍ଶନ କରାଇବାକୁ ରାଜ୍ୟପାଳ ପ୍ରଫେସର ଲାଲ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରୀୟ କବି ସଂଗମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ଏହି ଆୟୋଜନର ଉଦେ୍ଦଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ବନବନ୍ଧୁ ପରିଷଦର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ‘ଉଦୟ ଇଂଡ଼ିଆ’ର ସଂପାଦକ ଦୀପକ ରଥ, ରାଷ୍ଟ୍ରୀୟ କବି ସଂଗମର ରାଷ୍ଟ୍ରୀୟ ମନ୍ତ୍ରୀ ମହେଶ ଶର୍ମା, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳ ସଚିବ ଜେ.କେ. ଶର୍ମା ପ୍ରମୁଖ ସାଂପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଆଧାର କରି ଲେଖକମାନେ ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ । କବି କିଶନ ଖନେ୍ଦଲୱାଲାଙ୍କ ସଂଯୋଜନାରେ ମାଧବ ପାନେ୍ଦ ‘ନିର୍ମଳ’, ବିଜୟ ରାଠୋର, ଦେବେନ୍ଦ୍ର ପରିହାର, ମଧୁକ୍ଷରା ଚୌବେ, କମଳ ଶର୍ମା, ସାକ୍ଷୀଗୋପାଳ ପନ୍ଦା, ବାବା ସତ୍ୟନାରାୟଣ, ଜ୍ଞାନ ହୋତା, ରକ୍ଷକ ନାୟକ ପ୍ରମୁଖ କବିତା ପାଠ କରିଥିଲେ । ରାଜ୍ୟ ବାହାରର କବିମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୬୨ ଜଣ କବି ଏହି ସମ୍ମେଳନରେ ଯୋଗ ଦେଇଥିଲେ । ଅଧିକାଂଶ କବିତା ରାଷ୍ଟ୍ରବାଦ ଆଧାରିତ ଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*