ଯୁବନୀତିର ପରିବର୍ତ୍ତନ ଆବଶ୍ୟକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସହରାଞ୍ଚଳରେ ବସବାସ କରୁଥିବା ମହିଳା ଓ ଯୁବତୀମାନଙ୍କର ଅର୍ଥନୈତିକ ବିକାଶ, ଦକ୍ଷତାବୃଦ୍ଧି, ସର୍ବସାଧାରଣ ସ୍ଥାନରେ ସୁରକ୍ଷା ଓ ସହଭାଗୀତାର ବିକାଶ ଜରୁରୀ, ଯାହାଫଳରେ ତୃଣମୂଳ ସ୍ତରରେ ବିକାଶର ସୋପାନ ସଠିକ୍ ହୋଇପାରିବ ବୋଲି ସ୍ଥାନୀୟ ରେଡ୍କ୍ରସ୍ ଭବନ ଠାରେ ସିସିଡବ୍ଲୁଡି, ଏଚ୍ପି, ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ୍ ଫୋରମ୍, ୟଙ୍ଗ ଇନ୍ଦିଆ ଓ ଆକ୍ସନ୍ଏଡ୍ଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୁବଦିବସ ପାଳନ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ରାଜ୍ୟରେ ୨୦୧୩ ମସିହାରେ ଯୁବନୀତି ପ୍ରଣୟନ ହୋଇଥିବାବେଳେ ଏହାର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ ସଠିକ୍ ଭାବରେ ପହଞ୍ଚô ପାରୁନାହିଁ ଓ ଯୁବନୀତିର ପରିବର୍ତ୍ତନ ଆବଶ୍ୟକ ବୋଲି ସହରାଞ୍ଚଳରୁ ଅଂଶଗ୍ରହଣ କରିଥିବା ଯୁବତୀମାନେ ମତପ୍ରକାଶ କରିଥିଲେ । ଅତିଥି ଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଆକ୍ସନଏଡ୍ର ଆଞ୍ଚଳିକ ପରି·ଳକ ଦେବବ୍ରତ ପାତ୍ର, ୟଙ୍ଗ ଇନ୍ଦିଆର ସଚିବ ଏନ୍. ଆନ୍ସାରୀ, ସମାଜସେବୀ ଆମ୍ଲିନ୍ ପଟ୍ଟନାୟକ, ସ୍ମାର୍ଟସିଟିର ସରୋଜିନୀ ବ୍ରହ୍ମା, ନେହେରୁ ଯୁବକେନ୍ଦ୍ର ସଂଗଠନର ବିପିନ୍ କୁମାର ପ୍ରମୁଖ ଯୋଗଦାନ କରି ସହରାଞ୍ଚଳରେ ମହିଳା ଓ ଯୁବତୀମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ଉପରେ ମତ ରଖିଥିଲେ । ପରିଶେଷରେ ଅଂଶଗ୍ରହଣକାରୀମାନେ ସହରାଞ୍ଚଳରେ ବସବାସ କରୁଥିବା ଯୁବତୀମାନଙ୍କର ସମସ୍ୟା ଓ ସମାଧାନ ଉପରେ ଦଳଗତ ଆଲୋଚନା କରିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*