ମୟୂରଭଞ୍ଜର ସାମଗ୍ରିକ ବିକାଶ ଉପରେ ଭାଜପାର ଗୁରୁତ୍ୱ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ବାରିପଦା

ଭାଜପା ମୟୂରଭଞ୍ଜ ଜିଲ୍ଲା କୋର କମିଟିର ବୈଠକ ବାରିପଦାଠାରେ ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ଜିଲ୍ଲାରେ ରେଳପଥ, ଶିଳ୍ପ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କର୍ମ ନିଯୁକ୍ତିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭାଜପା ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପୂର୍ବ ସାଙ୍ଗଠନିକ ଜିଲ୍ଲାରେ ୩୪ଟି ମନ୍ଦଳରେ ୧ ଲକ୍ଷ ୫୦ ହଜାର ନୂତନ ସଦସ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ବିଶେଶ୍ୱର ଟୁଡୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ବିଧାୟକ ପ୍ରକାଶ ସୋରେନ, ବିଧାୟକ ସନାତନ ବିଜୁଳି, ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ, ବିଧାୟକ ଡ. ବୁଢାନ ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନିହାର ରଞ୍ଜନ ମୋଦୀ, ସୁବାଷ ପ୍ରଧାନ, ସୁନିଲ ଦାଶ, ପ୍ରଦୀପ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*