ମୁଣ୍ଡମାଳରେ ମାଗଣା ଚକ୍ଷୁ ପରୀକ୍ଷା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ: ବ୍ୟାସନଗର

ସାଇ ନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟ, ଚନ୍ଦିଖୋଲ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ମୁନ୍ଦମାଳ ହନୁମାନ ମନ୍ଦିର ସାମନା ଗୋଷ୍ଠୀ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଥିଲା । ଏହାକୁ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ ।
ଚକ୍ଷୁ ପରୀକ୍ଷକ ଶ୍ରୀମନ୍ତ କୁମାର ସାହୁ, ଶିବିର ମୁଖ୍ୟ ଶ୍ରୀଧର ନାୟକ, ଷ୍ଟାଫ୍ ବିଜୟ କୁମାର ସାହୁ ଓ ଯଶ୍ମିନୀ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ସମାଜସେବୀ ବସନ୍ତ କୁମାର ପାତ୍ର, ରାହାସ ବିହାରୀ ପନ୍ଦିତ, ବ୍ରଜମୋହନ ପାତ୍ର, ବାବୁଲି ଜେନା, ରଞ୍ଜିତା ବିଶ୍ୱାଳ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ୭୦ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୨୫ ଜଣଙ୍କ ଆଖିରେ ମୋତିଆ ବିନ୍ଦୁ ଥିବାର ପରୀକ୍ଷାରୁ ଜଣାପଡିଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*