ମାନ୍ଦାବସ୍ଥା ମୁକାବିଲା ଖୁବଶୀଘ୍ର ବଡଘୋଷଣା କରିପାରନ୍ତି ସରକାର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସରକାର ଅର୍ଥ ବ୍ୟବସ୍ଥାକୁ ଗତି ଦେବା ପାଇଁ ଏବଂ ଅର୍ଥନୀତିକୁ ମାନ୍ଦାବସ୍ଥାରୁ ମୁକୁଳାଇବା ପାଇଁ ବର୍ତ୍ତମାନ ଅନେକ ବିଷୟ ଉପରେ କାମ କରୁଛନ୍ତି । ସରକାର ସେହି ପ୍ରମୁଖ ବିନ୍ଦୁ ଉପରେ ଯୁକ୍ତି ଦେଉଛନ୍ତି ଯାହା ଆର୍ଥିକ ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିଛି । ଏଥିପାଇଁ ନିର୍ମାଣ କ୍ଷେତ୍ରକୁ ସହଜରେ ପାଣ୍ଠି ଉପଲବ୍ଧ ସହ ମୋଟ ବୃଦ୍ଧି ଦରକୁ ପ୍ରୋତ୍ସାହିତ କରିବା ପାଇଁ ବିଚାର କରୁଛନ୍ତି ।
ସୂଚନା ଅନୁସାରେ, ଯେଉଁ ରଣନୀତି ନେଇ ବର୍ତ୍ତମାନ ସରକାର କାର୍ଯ୍ୟ କରୁଛନ୍ତି ଏଥିରେ ଜିଏସ୍‌ଟି ହ୍ରାସର କୌଣସି ପ୍ରସ୍ତାବ ନାହିଁ । କାରଣ ସରକାରଙ୍କ ଯୁକ୍ତି ହେଉଛି ଟିକସ ଦର ପୂର୍ବରୁ ବେଶ୍‌ କମ ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିୟମିତ ଭାବେ ଉଦ୍ୟୋଗଜଗତ, ବ୍ୟାଙ୍କ, ବିଦେଶୀ ଓ ଘରୋଇ ନିବେଶକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବୈଠକ କରି ସେମାନଙ୍କ ମତାମତା ଓ ପ୍ରତିକି୍ରୟା ସଂଗ୍ରହ କରୁଛନ୍ତି । ଆଉ ଏହି ଆଧାରରେ ଅର୍ଥ ମନ୍ତ୍ରଣାଳୟ ଉପାୟ ଉପରେ ବିଚାର କରୁଛି । ଖୁବଶୀଘ୍ର ସରକାର ଏ ନେଇ କିଛି ବଡ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ସେଥିରେ ବଜେଟରେ ନିର୍ଦ୍ଧାରିତ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବା କିଛି ବଡ ସମସ୍ୟା ନୁହେଁ । ଅଟୋ ମୋବାଇଲ ସେକ୍ଟର ଜିଏସ୍‌ଟି ହ୍ରାସ ପାଇଁ ଦାବି କରୁଥିଲାବେଳେ ସରକାରଙ୍କ ଯୁକ୍ତି ହେଉଛି ପୂର୍ବରୁ ଯେଉଁ ଟିକସ ବ୍ୟବସ୍ଥା ଥିଲା ବର୍ତ୍ତମାନ ତାହା ଅତି ସରଳ ଓ କମ୍‌ ରହିଛି । ତେଣୁ ଟିକସ ହ୍ରାସ ସମ୍ଭାବନ ବେଶ କମ ଥିବା ଜଣାପଡୁଛି ।

ରିଅଲ ଇଷ୍ଟେଟ ପ୍ରତିନିଧିଙ୍କୁ ଭେଟିଲେ ନିର୍ମଳା

ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଅଲ କ୍ଷେତ୍ରର ପ୍ରତିନିଧି ତଥା ଗୃହକ୍ରେତା ମାନଙ୍କୁ ଭେଟିଛନ୍ତି । ବୈଠକରେ ପ୍ରତିନିଧିମାନେ ନଗଦୀ ସଙ୍କଟ, ଚାହିଦା ହ୍ରାସ ତଥା ଅଟକି ରହିଥିବା ଯୋଜନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସୀତାରମଣଙ୍କ ପକ୍ଷରୁ ଖୁବଶୀଘ୍ର ରିଅଲ ଇଷ୍ଟେଟ ସେକ୍ଟର ସମସ୍ୟାକୁ ଦୂର କରାଯିବାର ପ୍ରତିଶ୍ରୁତି ଦିଆଯାଇଛି ।
ପ୍ରଥମେ ସୀତାରମଣ ରିଅଲ ଇଷ୍ଟେଟ ସେକ୍ଟରର ଅଗ୍ରଣୀ ସଂଗଠନ କ୍ରେଡାଇ ଓ ନାରେଡକୋର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲାବେଳେ ପରେ ଗୃହକ୍ରେତା ପ୍ରତିନିଧିଙ୍କୁ ଭେଟିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହରୀବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଆର୍ଥିକ ମାମଲା, ରାଜସ୍ୱ, ବାସଗୃହ, ସିବିଡିଟି, କର୍ପୋରେଟ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*