ମହଙ୍ଗା ହେବ ଶତାବ୍ଦୀ, ରାଜଧାନୀରେ ଖାଇବା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଶତାବ୍ଦୀ, ରାଜଧାନୀ ଏବଂ ଦୂରନ୍ତୋ ଟ୍ରେନ୍‌ରେ ଆଗାମୀ ଦିନରେ ଖାଇବା ୪୦ ଟଙ୍କା ମହଙ୍ଗା ହେବ । ଆଇଆର୍‌ସିଟିସି ଏଥିପାଇଁ ରେଲ୍‌ୱେ ବୋର୍ଡ଼କୁ ଅନୁମତି ମାଗିଛି । ମଞ୍ଜୁରୀ ମିଳିବା ପରେ ଏହି ଦର ଲାଗୁ ହୋଇଯିବ । ବର୍ତ୍ତମାନ ଏହି ଟ୍ରେନ୍‌ରେ ୧୧୦ ଟଙ୍କାରେ ଖାଇବା ମିଳୁଥିବା ବେଳେ ଏହା ୧୫୦ରେ ପହଞ୍ଚôବ । ମୂଲ୍ୟ ବୃଦ୍ଧି ସହ ଖାଦ୍ୟର ମାନରେ ମଧ୍ୟ ପରିବର୍ତ୍ତନ କରାଯିବ । ଆଇଆର୍‌ସିଟିସି ମଧ୍ୟ ଇ-ଟିକେଟ୍‌ ବୁକିଂ ଉପରେ ସର୍ଭିସ୍‌ ଚାର୍ଜ ଲଗାଇବା ନେଇ ପ୍ରସ୍ତୁତ ହେଉଛି । ଫଳରେ ଟିକେଟ୍‌ ମଧ୍ୟ ମହଙ୍ଗା ହେବ ।
ସିଏଜିଙ୍କ ୨୦୧୭ ରିପୋର୍ଟ ଅନୁସାରେ ଟ୍ରେନ୍‌ରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ସଠିକ୍‌ ମାନର ନୁହେଁ । ଏହାର ଜବାବ୍‌ରେ ରେଳବାଇର ଯୁକ୍ତି ହେଉଛି, ଗତ ୬ବର୍ଷ ଧରି ଖାଦ୍ୟର ମୂଲ୍ୟ ବଢ଼ିନାହିଁ । ଖାଦ୍ୟର ମାନ ବଢ଼ାଇବାକୁ ହେଲେ ମୂଲ୍ୟ ବଢ଼ାଇବା ଜରୁରୀ । ପୂର୍ବରୁ ଖାଦ୍ୟର ମାନ ବୃଦ୍ଧି ପାଇଁ ଆଇଆର୍‌ସିଟିସି ପକ୍ଷରୁ ଖାଦ୍ୟ ପରିମାଣକୁ ମଧ୍ୟ କମାଇ ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ତିନୋଟି ଟ୍ରେନ୍‌ରେ ଜଳଖିଆରେ ଭେଜ୍‌ କଟ୍‌ଲେଟ୍‌, ଆମ୍‌ଲେଟ୍‌, ବ୍ରେଡ୍‌ ସ୍ଲାଇସ୍‌, ଚା’ ମିଳୁଥିଲା ବେଳେ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ଦୁଇଟି ପରଟା କିମ୍ବା ଦୁଇଟି ରୁଟି, ଡାଲି, ଦହି, ଆଚାର, ଭାତ ଏବଂ ଆମିଷ ଉପଲବ୍ଧ ହୋଇଥାଏ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*