ବୁଲଗେରିଆ ଜୁନିୟର ଓପନ : ଭାରତକୁ ୬ ମେଡାଲ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବୁଲଗେରିଆ ଜୁନିୟର ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଜମାଣିଆ ପ୍ରଦର୍ଶନ କରିଛନ୍ତି । ସେମାନେ ୩ ସ୍ୱର୍ଣ୍ଣ ସହ ମୋଟ୍‌ ୬ ମେଡାଲ ପାଇଛନ୍ତି । ତା’ ଭିତରେ ୧ ରୌପ୍ୟ ଓ ୨ ବ୍ରୋଞ୍ଜ ସାମିଲ ରହିଛି । ଭାରତର ସାମିୟା ଫାରୁକି ମହିଳା ବିଭାଗରେ ସ୍ୱର୍ଣ୍ଣ ପାଇଥିଲା ବେଳେ ଡବଲ୍ସରେ ସୃତି ଓ ଜୟଙ୍କ ଯୋଡି ସ୍ୱର୍ଣ୍ଣ ପାଇଥିଲେ । ମହିଳା ସିଙ୍ଗିଲ୍ସ ଫାଇନାଲରେ ଭାରତର ସାମିୟା ରୁଷିଆର ଖେଳାଳି ଆନାସ୍ଥାସିଆଙ୍କୁ ୯-୨୧,୨୧-୧୨ ଓ ୨୨-୨୦ରେ ପରାଜିତ କରିଥିଲେ । ମିକ୍ସ ଡବଲ୍ସର ଫାଇନାଲରେ ଭାରତର ଜୟ ଓ ସୃତିଙ୍କ ଯୋଡି ବି୍ରଟେନର ଯୋଡିଙ୍କୁ ୨୧-୧୪ ଓ ୨୧-୧୭ରେ ହରାଇଥିଲେ । ମହିଳା ଡବଲ୍ସରେ ଭାରତର ତାନିସା ଓ ଆଦିତି ତୁର୍କିର ଯୋଡିଙ୍କୁ ଫାଇନାଲରେ ୨୧-୧୫, ୧୮-୨୧ ଓ ୨୧-୧୮ରେ ହରାଇଥିଲେ । ପୁରୁଷ ଡବଲ୍ସରେ ଭାରତର ଇସାନ ଓ ବିଷ୍ଣୁ ବର୍ଦ୍ଧନଙ୍କ ଯୋଡି ଫାଇନାଲରେ ବି୍ରଟେନ ଯୋଡି ପାଖରୁ ୧୯-୨୧ ଓ ୧୮-୨୧ରେ ହାରି ରୌପ୍ୟ ପଦକ ପାଇଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*