ବିବାହ ପ୍ରସ୍ତାବ ନେଇ ମହେଶଙ୍କ ପାଖରେ ପହଞ୍ଚିଲେ ରକଷ୍ଟାର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ବଲିଉଡ୍ ସେଲିବ୍ରିଟି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସର୍ମ୍ପକ ଦୀର୍ଘ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ଏହି ଦୁଇଜଣଙ୍କୁ ପ୍ରାୟ ବିଭିନ୍ନ ପାର୍ଟି, ଫ୍ୟାସନ ସୋ’ ବିଭିନ୍ନ ସ୍ଥାନ ଆଦିରେ ଦେଖିବାକୁ ମିଳୁଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇଜଣ ନିଜ ସମ୍ପର୍କକୁ ନେଇ ମିଡିଆ ଆଗରେ କିଛି ସ୍ପଷ୍ଟ କରିନାହାଁନ୍ତି । ହେଲେ କିଛି ଦିନ ତଳେ ଶୁଣିବାକୁ ମିଳିଥିଲା କି, ରଣବୀରଙ୍କ ପରିବାର ଲୋକ ଏହି ଦୁଇଜଣଙ୍କ ସମ୍ପର୍କରେ ଖୁସି ଅଛନ୍ତି । ଏବେ ଆଉ ଏକ ଖବର ଚର୍ଚ୍ଚାରେ ଅଛି ଯେ, ରଣବୀର ଏବେ ଆଲିଆଙ୍କ ପିତା ମହେଶ ଭଟ୍ଟଙ୍କ ସହ ଦେଖା କରିଛନ୍ତି ।
ଶୁଣିବାକୁ ମିଳିଛି କି, ରକଷ୍ଟାର ରଣବୀର କପୁର କିଛିଦିନ ତଳେ ଆଲିଆ ଭଟ୍ଟଙ୍କ ପିତା ମହେଶଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ । ଏହାକୁ ନେଇ ଅନୁମାନ କରାଯାଉଛି ଯେ, ରଣବୀର ନିଜ ବିବାହ ସର୍ମ୍ପକରେ ଆଲୋଚନା କରିବା ପାଇଁ ମହେଶ ଭଟ୍ଟଙ୍କ ସହ ସାକ୍ଷାତ କରିଥିଲେ । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି, ଏହି ଦୁଇଜଣ ୨୦୨୦ରେ ଏହି ଦୁଇ ଜଣ ବିବାହ କରିପାରନ୍ତି ।
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ରଣବୀର ଓ ଆଲିଆଙ୍କ ବିବାହ ପାଇଁ ଋିଷି କପୁରଙ୍କୁ ଅପେକ୍ଷା କରାଯାଇଛି । ଯେତେ ଶିଘ୍ର ସେ ବିଦେଶରୁ କ୍ୟାନ୍ସରର ଚିକିତ୍ସା କରାଇ ଫେରିବେ ସେତେ ଶିଘ୍ର ସେ ଏହି ଦୁଇଜଣଙ୍କର ବିବାହର ଆୟୋଜନ କରିବେ । ଆହୁରି ମଧ୍ୟ ଶୁଣିବକୁ ମିଳିଥିଲା କି, ଋଷି ନିଜ ଅସୁସ୍ଥତା କାରଣରୁ ଯେତେ ଶିଘ୍ର ସମ୍ଭବ ଏହି ଦୁଇଜଣଙ୍କ ବିବାହ କରିବାକୁ ଚାହୁଁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଯୋଡିକୁ ଖୁବ ପସନ୍ଦ କରାଯାଉଛି ଓ ସ୍ନେହରେ ସେମାନଙ୍କୁ ‘ରାଲିୟା’ ମଧ୍ୟ ଡାକିବା ଆରମ୍ଭ କରିଦେଲେଣି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*