ଫାର୍ମା ଉଦ୍ୟୋଗରେ ସର୍ବାଧିକ ଡିଭିସ୍‌ ଲ୍ୟାବ୍‌ର ଅଧ୍ୟକ୍ଷଙ୍କ ଦରମା ଓ କମିଶନ ୫୮.୮୦ କୋଟି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ହାଇଦ୍ରାବାଦ

ଡିଭିସ୍‌ ଲ୍ୟାବର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ମୁରଲୀ କେ. ଡେଭିଙ୍କୁ ୨୦୧୮-୧୯ ବର୍ଷରେ ଦରମା ଓ କମିଶନ ସମେତ ମୋଟ୍‌ ୫୮.୮୦ କୋଟି ଟଙ୍କା ପାରିଶ୍ରମିକ ଦିଆଯାଇଛି । ଏହା ଭାରତୀୟ ଔଷଧ କମ୍ପାନୀମାନଙ୍କ ପକ୍ଷରୁ ସର୍ବାଧିକ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଉଥିବା ସର୍ବାଧିକ ବେତନ ଅଟେ । କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୁ ମୁରଲୀଙ୍କ ପାରିଶ୍ରମିକ ଗତ ବର୍ଷ ତୁଳନାରେ ୪୬.୩୦% ବୃଦ୍ଧି ଘଟିଛି ।
ସେହିପରି କମ୍ପାନୀ ୨୦୧୮-୧୯ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ନିଦେ୍ର୍ଦଶକ ଏନ୍‌ ବି ରମଣଙ୍କୁ ୩୦ କୋଟି, ମୁରଲୀଙ୍କ ପୁଅ ତଥା ପୂର୍ଣ୍ଣକାଳୀନ ନିଦେ୍ର୍ଦଶକ କିରଣ ଏସ୍‌ ଡେଭିଙ୍କୁ ୨୦ କୋଟି ପାରିଶ୍ରମିକ ଦେଇଛି । ମୁରଲୀଙ୍କୁ କମିଶନ ବାବଦରେ ୫୭.୬୧ କୋଟି ଟଙ୍କା ମିଳିଛି । ୨୦୧୭-୧୮ ବର୍ଷରେ ମୁରଲୀ ୪୦.୨୦ କୋଟି ଟଙ୍କା ପାରିଶ୍ରମିକ ଭାବେ ପାଇଥିଲାବେଳେ ୩୯କୋଟି ଟଙ୍କା କମିଶନ ଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*