ପୂରା ଆସେସ୍‌ ସିରିଜ୍‌ରେ ଖେଳିବାକୁ ଚାହାଁନ୍ତି କୁମିନ୍ସ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ଲଣ୍ଡନ

ଅଷ୍ଟ୍ରେଲିଆର ପେସ୍‌ ବୋଲର ପାଟ କୁମିନ୍ସ ଚଳିତ ଆସେସ୍‌ ସିରିଜର ସବୁତକ ଅର୍ଥାତ୍‌ ୫ଟି ଯାକ ଟେଷ୍ଟ ଖେଳିବାକୁ ନିଜର ଲକ୍ଷ୍ୟ ବୋଲି କହିଛନ୍ତି । ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୨୬ ବର୍ଷିୟ ଏହି ପେସ୍‌ ବୋଲର ଭଲ ପ୍ରଦର୍ଶନ କରିବାରୁ ଅଷ୍ଟ୍ରେଲିଆ ସେହି ମ୍ୟାଚ୍‌ ୨୫୧ ରନ୍‌ରେ ଜିଣିପାରିଥିଲା । ବୁଧବାର ଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଲଟ୍ସ ପଡିଆରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ମଧ୍ୟ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାର ମୁଖ୍ୟ ଭୂମିକା ନେବାକୁ କୁମିନ୍ସଙ୍କ ଟାର୍ଗେଟ । ଐତିହାସିକ ଲଟ୍ସ ପଡିଆରେ ଏହା ତାଙ୍କର ପ୍ରଥମ ଟେଷ୍ଟ ହେବାକୁ ଯାଉଥିବାରୁ ସେ ବଡ଼ ଉତ୍ସାହିତ ଅଛନ୍ତି । ସୋମବାର ଦିନ ସେ କହିଛନ୍ତି ବ୍ୟକ୍ତିଗତ ଭାବେ ମୁଁ ଚାହୁଁଛି ସିରିଜ ସାରା ଫିଟ୍‌ ରହି ପ୍ରତି ମ୍ୟାଚ୍‌ ଖେଳିବି । ତେବେ ଆମ ଦଳରେ ବହୁତ ଭଲ ବୋଲର ଥିବାରୁ ଆଗକୁ କ’ଣ ହେବ କହିବା ମୁସ୍କିଲ । ତେବେ ପୂରା ୫ଟି ଯାକ ଟେଷ୍ଟ ଖେଳି ଦମଦାର ପ୍ରଦର୍ଶନ କରିବା ମୋର ଏବେ ଏକମାତ୍ର ଲକ୍ଷ୍ୟ ବୋଲି କୁମିନ୍ସ ପ୍ରକାଶ କରିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*