ପଞ୍ଚାୟତକୁ ମଦମୁକ୍ତ କରିବାକୁ ଶୋଭାଯାତ୍ରା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ: ଭଦ୍ରକ

ଭଦ୍ରକ ବ୍ଳକ ଅନ୍ତର୍ଗତ କୋଡବରୁଆଁ ଓ ଚନ୍ଦିଗାଁ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଏକ ପ୍ରୟାସ ଆରମ୍ଭ କରିଛି । ଏହି ଉପଲକ୍ଷେ କୋଡବରୁଆଁ ପଞ୍ଚାୟତର କସ୍ତୁରବା ମହାସଂଘ ଓ ଚନ୍ଦିଗାଁ ପଞ୍ଚାୟତର ଚନ୍ଦିମାତା ମହାସଂଘ, ପଞ୍ଚାୟତ ନିର୍ବାଚତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ ।
ପରେ ବିଭିନ୍ନ ଗ୍ରାମରେ ଗ୍ରାମ୍ୟ ମୁଖିଆ, ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ମୁଖ୍ୟତଃ ପଞ୍ଚାୟତକୁ କିପରି ମଦମୁକ୍ତ କରାଯାଇ ପାରିବ, ଯୁବତୀ ଚାଲାଣ, ଶିଶୁ ଚାଲାଣ ରୋକାଯାଇ ପାରିବ, ନାରୀ ନିର୍ଯାତନା ବନ୍ଦ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ମୁଖ୍ୟତଃ ବେକାରୀ ସମସ୍ୟା ଦୂର କରି ଯୁବକମାନଙ୍କ ସ୍ୱାବଲମ୍ବୀ କରାଇ ରୋଜଗାର କ୍ଷମ କରାଇ ପାରିଲେ ଏହି ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତପ୍ରକାଶ ପାଇଥିଲା । ଏ ନେଇ ମହାସଂଘଗୁଡିକ ପକ୍ଷରୁ ବିଶେଷ କରି ଗ୍ରାମାଞ୍ଚଳରେ ଛତୁ ଚାଷ, କୁକୁଡା ଚାଷ, ମାଛ ଚାଷ ଭଳି ବିଭିନ୍ନ ଆତ୍ମନିର୍ଭରଶୀଳ ବ୍ୟବସାୟ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ଲୋକମାନେ ଏହାର ସୁବିଧା କିପରି ନେଇପାରିବେ ସେ ଦିଗରେ ପରାମର୍ଶ ଦିଆଯାଇଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*