ନୂଆ ରୂପରେ ଦର୍ଶକଙ୍କ ହୃଦୟ ଜିତବାକୁ ଆୟୁଷ୍ମାନ ପ୍ରସ୍ତୁତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଅଭିନେତା ଆୟୁଷ୍ମାନ ଖୁରାନା ଏବେ ବଲିଉଡର ଆଗଧାଡିର ହିରୋଙ୍କ ମଧ୍ୟ ରୁ ଜଣେ । ନିକଟରେ ଆୟୁଷ୍ମାନ ‘ଅନ୍ଧାଧୂନ’ ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ପାଇଁ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ବେଳେ ତାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’କୁ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯାଛି । ଆୟୁଷ୍ମାନ ନିଜ ଚମତ୍କାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏବେ ତାଙ୍କ ଫ୍ୟାନମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛିଫ ଏବେ ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ ‘ଡ୍ରିମଗାର୍ଲ’ର ଟ୍ରେଲର ରିଲିଜ୍ ହୋଇଛିଫ ଏହି ଫିଲ୍ମର ଟ୍ରେଲର ଦେଖିଲେ କେହି ନ ହସି ରହି ପାରିବେ ନାହିଁ । ଦୁଇ ମିନିଟର ଏହି ଟ୍ରେଲରକୁ ଦେଖିଲେ ବାରମ୍ବାର ଦେଖିବାକୁ ଉଚ୍ଛା ହେବ । ଏଥିରେ ଆୟୁଷ୍ମାନଙ୍କ ଡାଇଲଗ୍ ସହିତ ପରଫେକ୍ଟ କମିକ୍ ଟାଇମିଂ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଦେବ ।
ଡ୍ରିମଗାର୍ଲର ଟ୍ରେଲରକୁ ଫିଲ୍ମର ପୁରା ଟିମ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ସହିତ ନୁସରତ ବରୁଚାଙ୍କ ସହିତ ଅନୁ କପୁରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଦୀର୍ଘ ୭ ବର୍ଷ ପରେ ପୁଣି ଥରେ ଆୟୁଷ୍ମାନ ଓ ଅନୁ କପୁରଙ୍କୁ ଏକା ସହିତ ଦେଖିବାକୁ ମିଳିବ । ଏହି ଦୁଇଜଣଙ୍କୁ ‘ଭିକ୍କି ଡୋନର’ରେ ଏକାଠି ଦେଖିବାକୁ ମିଳିଥିଲା ।
ଏହି ଫିଲ୍ମରେ ଆୟୁଷ୍ମାନଙ୍କୁ ମହିଳା ଭୂମିକାରେ ଦେଖିବାକୁ ମିଳିବ । ଏଥିରେ କେତେବେଳେ ତାଙ୍କୁ ସୀତା ତ କେତେବେଳେ ତାଙ୍କୁ ରାଧା ଭୂମିକାରେ ଦେଖିବାକୁ ମିଳିବ । ଏହି କାମ ଯୋଗୁଁ ତାଙ୍କୁ ଏକ କଲ ସେଂଟରରେ ନାରୀ କଣ୍ଠ ସ୍ୱରରେ କଥା ହେବା ପାଇଁ ଚାକିରି ମିଳିଯାଉଛି ଓ ଏହା ପରେ ଆରମ୍ଭ ହେଉଛି ମଜାଦାର କାହାଣୀ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*