‘ନକଲି ଉତ୍ପାଦ କାରଣରୁ ବାର୍ଷିକ ଏକଲକ୍ଷ କୋଟି କ୍ଷତି’

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ନକଲି ଉତ୍ପାଦ ପ୍ରସାର ରୋକିବା ଓ ଏ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଜୋର ଦେଇ ଶିଳ୍ପ ପ୍ରତିଷ୍ଠାନ ସଂସ୍ଥା ଏଏସ୍‌ପିଏ (ଅଥେଣ୍ଟିକେସନ୍‌ ସଲୁ୍ୟସନ ପ୍ରୋଭାଇଡର୍ସ ଆସୋସିଏସନ) ପକ୍ଷରୁ କୁହାଯାଇଛି ଯେ, ଏହି କାରଣରୁ ବାର୍ଷିକ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ହେଉଛି । ୬୦ ସଦସ୍ୟ ବିଶିଷ୍ଟ ଏହି ସଂସ୍ଥା ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ନକଲି ଉତ୍ପାଦ ରୋକିବା ଦିଗରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଏଏସ୍‌ପିଏର ସଭାପତି ନକୁଳ ପରିଛା କହିଛନ୍ତି ଯେ, ବର୍ତ୍ତମାନ ସମୟରେର ଭାରତରେ ଏହି ନକଲି ଉତ୍ପାଦ କାରଣରୁ ବାର୍ଷିକ ୧.୦୫ ଲକ୍ଷ କୋଟି ଟଙ୍କା କ୍ଷତି ହେଉଛି । ପ୍ରତି ସେକ୍ଟରରେ ନକଲି ଉତ୍ପାଦର ଉପସ୍ଥିତି ଦେଖିବାକୁ ମିଳୁଛି । ଚକୋଲେଟ ଠାରୁ ପାଉଡର, ଜୋତା ଠାରୁ ଆରମ୍ଭ କରି ପୋଷାକପତ୍ର ସବୁଠି ନକଲି ସାମଗ୍ରୀର ଆଧିପତ୍ୟ ଦେଖିବାକୁ ମିଳୁଛି । ଏହାଦ୍ୱାରା ଗ୍ରାହାକମାନେ ଠକେଇର ଶିକାର ହେବା ସହ ସରକାର ମଧ୍ୟ ବିପୁଳ ରାଜସ୍ୱ ହରାଉଛନ୍ତି । ତେବେ ଫାର୍ମା ସେକ୍ଟରରେ ଏହାର ଆଧିପତ୍ୟ ସବୁଠୁ ଅଧିକ ରହିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*