ଦାହ ସଂସ୍କାର ପାଇଁ ନଥିଲା ଅର୍ଥ,ଅଳିଆ ଗଦାରେ ପୁଅ ଫିଙ୍ଗିଲା ମା’ର ଶବକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ତୁତିକୋରିନ
ଗରିବୀ କାରଣରୁ ତାମିଲନାଡୁର ତୁତିକୋରିନର ଜଣେ ଯୁବକ ନିଜ ମା’ଙ୍କ ଅନ୍ତିମ ସଂସ୍କାର କରିପାରିନାହିଁ । ଯେଉଁ କାରଣରୁ ସେ ମା’ଙ୍କ ଶବକୁ ଅଳିଆଗଦାରେ ଫିଙ୍ଗିବାକୁ ବାଧ୍ୟ ହୋଇଥିଲା । ମହିଳାଙ୍କ ପରିଚୟ ଏବେ ମିଳିଛି ।
ମୃତ ମହିଳା ଏନ୍‌ ବସନ୍ତୀ ପୂର୍ବରୁ ଧନଶେକରନ ନଗରରେ ନିଜ ଅବିବାହିତ ପୁଅ ମୁଥୁ ଲକ୍ଷ୍ମଣଙ୍କ ସହ ରହୁଥିଲେ । ପୁଲିସ୍‌ ଅନୁସାରେ ବସନ୍ତୀ ଗରିବ ଥିଲା ବେଳେ ତାଙ୍କ ପୁଅ ସ୍ଥାନୀୟ ଏକ ମନ୍ଦିରରେ ପୂଜାରୀ ଅଟନ୍ତି । ହେଲେ ଏ ବାବଦରେ ସେ ଭଲ ଆୟ କରନ୍ତି ନାହିଁ । ଉଭୟେ ପେଟପୂରା ଖାଇବାକୁ ପାଉନଥିଲେ । ଦୁର୍ବଳତା କାରଣରୁ ବସନ୍ତୀ ରୋଗର ଶିକାର ହୋଇଥିଲେ ମଧ୍ୟ ମୁଥୁ ତାଙ୍କର ଚିକିତ୍ସା କରିପାରିନଥିଲେ । ଅନାହାରରେ ବସନ୍ତୀଙ୍କ ମୃତୁ୍ୟ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ମୁଥୁଙ୍କ ନିକଟରେ ଅର୍ଥ ନଥିବାରୁ ସେ ମାଆଙ୍କ ଶବକୁ ଏକ ବେଡସିଟିରେ ଗୁଡାଇ ଅଳିଆଗଦାରେ ଫିଙ୍ଗି ଦେଇଥିଲେ । ସେ ଭାବିଥିଲେ ସକାଳୁ ଅଳିଆ ଗୋଟାଳି ଆସି ଶବକୁ ଦାହ ସଂସ୍କାର କରିବେ । ହେଲେ ଏହି ଘଟଣା ପୁଲିସ୍‌ ନିକଟରେ ପହଞ୍ଚିଥିଲା । ପରେ ପୁଲିସ୍‌ ମାମଲା ରୁଜୁ କରି ମୁଥୁଙ୍କୁ ମା’ଙ୍କ ଶବ ହସ୍ତାନ୍ତର କରିଥିଲା । ମୁଥୁଙ୍କ ସମୁଦାୟର କିଛି ଲୋକେ ଏହି ଖବର ଜାଣିବା ପରେ ମିଳିମିଶି ମହିଳାଙ୍କର ଦାହ ସଂସ୍କାର କରିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*