ତିନି ଦିନିଆ ଚୀନ୍‌ ଗସ୍ତରେ ଜୟଶଙ୍କର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରବିବାର ୩ ଦିନିଆ ଗସ୍ତରେ ଚୀନରେ ପହଞ୍ଚôଛନ୍ତି । ସେଠାରେ ହେବାକୁ ଥିବା ଇନ୍ଦିଆ-ଚାଇନା ହାଇ ଲେବଲ ମେକାନିଜମ୍‌ (ଏଚ୍‌ଏଲ୍‌ଏମ୍‌)ର ଦ୍ୱିତୀୟ ବୈଠକରେ ସେ ଅଂଶଗ୍ରହଣ କରିବେ । ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ଉଭୟ ଏହି ବୈଠକରେ ସହ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି । ଭାରତ-ଚୀନର ଏହି ଉଚ୍ଚସ୍ତରୀୟ ବୈଠକ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ, କଳା,ଚଳଚ୍ଚିତ୍ର, ଗଣମାଧ୍ୟମ, ସଂସ୍କୃତି ଏବଂ ଖେଳ କ୍ଷେତ୍ରରେ ସହଯୋଗର ଆଦାନ ପ୍ରଦାନ ଉପରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମେୀଦୀ ଏବଂ ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଗତ ବର୍ଷ ଏପ୍ରିଲ ମାସରେ ହୋଇଥିବା ସାମୟିକ ସାକ୍ଷାତ୍‌କାର୍‌ରେ ଏହି ଏଚ୍‌ଏଲ୍‌ଏମ୍‌ ମିଟିଂର ମୂଳଦୁଆ ହୋଇଥିଲା । ବୈଦେଶିକ ମନ୍ତ୍ରୀ ଭାବେ ଜୟଶଙ୍କରଙ୍କର ଏହା ହେଉଛି ପ୍ରଥମ ଚୀନ ଗସ୍ତ । ପ୍ରକାଶ ଥାଉ ଯେ, ୨୦୦୯ ଜୁନ ୧ରୁ ୨୦୧୩ ଡିସେମ୍ବର ୧ ପର୍ଯ୍ୟନ୍ତ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଜୟଶଙ୍କର କାର୍ଯ୍ୟ କରିଛନ୍ତି । ଚୀନ ବ୍ୟତୀତ ଆମେରିକା ଏବଂ ଚେକ୍‌ ଗଣରାଜ୍ୟରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଏବଂ ସିଙ୍ଗାପୁରରେ ଦୂତାବାସର ଉଚ୍ଚାୟୁକ୍ତ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ୧୯୭୭ରେ ଭାରତୀୟ ବୈଦେଶିକ ସେବାରେ ସାମିଲ ହୋଇଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*