ଗୋଟିଏ କାମକୁ ୨ ଫଳକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ: ବଡସାହି

ବଡସାହି ବ୍ଲକ ଆମ ଗାଁ ଆମ ବିକାଶର କାର୍ଯ୍ୟକଳାପ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଶାସକ ଦଳ ନିଜର କର୍ମୀମାନଙ୍କୁ ହାତ ଖର୍ଚ୍ଚ ଦେବା ବାହାନାରେ ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲୁ କରିଥିଲେ । କେଉଁଠି ମନ୍ଦପ ତ କେଉଁଠି ସଭାଗୃହ ତ ପୁଣି କେଉଁ ଖେଳପଡିଆର ଉନ୍ନତିକରଣ ନାମରେ ଅର୍ଥ ଚଳୁ ହୋଇଛି । ଭିମ୍‌ଦା ପଞ୍ଚାୟତର ଟିକାୟତପୁର ଖେଳ ପଡିଆର ଉନ୍ନତିକରଣ ନାମରେ ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ନିର୍ବାଚନ ପୂର୍ବରୁ ସେହି ସମୟର କିଛି ସକ୍ରିୟ କର୍ମୀ ଏହି ପଡିଆର ଉନ୍ନତିକରଣ ଲାଗି ଏକ ଫଳକ ତିଆରି କରିଥିଲେ । ନିର୍ବାଚନ ପରେ ପୁନଶ୍ଚ ଆମ ଗାଁ ଆମ ବିକାଶର ବାହାନା କରି ନିର୍ବାଚନରେ ବାଜିମାତ କରିଥିବା ଦଳ ଆଉ ଏକ ଫଳକ ଲେଖି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏ ସମ୍ପର୍କରେ ପ୍ରଥମ ଦଳୀୟ କର୍ମୀ ବଡସାହି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ୍‌ କିଛି ସମାଧାନ ନ ହୋଇ କାର୍ଯ୍ୟ ରାତିରେ ଚାଲୁଥିବାରୁ ଏନେଇ ଉଭୟ ପକ୍ଷରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଫଳକରେ ୨୦୧୮-୧୯ ଆର୍ଥିକ ବର୍ଷରେ ଅଟକଳ ମୂଲ୍ୟ ୨ ଲକ୍ଷ ଉଲ୍ଲେଖ ଥିବା ବେଳେ ଏଭଳି ଗନ୍ଦଗୋଳିଆ ପରସ୍ଥିତି ପାଇଁ ପ୍ରଶାସନ ହିଁ ଦାୟୀ ବୋଲି ଅଭିଯୋଗ ହୋଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*