କୋଷ୍ଟାଲ ଜଗୁଆରରେ ଅଗ୍ନିକାଣ୍ଡ ଜୀବନ ବଞ୍ଚାଇବା ଲାଗି ସମୁଦ୍ରକୁ ଡେଇଁଲେ ଜାହାଜ କର୍ମଚାରୀ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍‌ରେ ସୋମବାର ଏକ ଜାଗୁଆର ଜାହାଜରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ଏଥିରେ ଥିବା ସମସ୍ତ କର୍ମଚାରୀ ଜୀବନ ସଙ୍କଟାପର୍ଣ୍ଣ ହୋଇଥିଲା । ଫଳରେ ଜୀବନ ବଞ୍ଚାଇବା ଲାଗି କର୍ମଚାରୀମାନେ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଛନ୍ତି । ଜାହାଜଟିରେ ସମୁଦାୟ ୨୯ ଜଣ କର୍ମଚାରୀ ଉପସ୍ଥିତ ଥିବା ସୂଚନାରୁ ଜଣାପଡ଼ିଛି । ତେବେ ଡେଇଁ ପଡ଼ିଥିବା କର୍ମଚାରୀଙ୍କ ମଧ୍ୟରୁ ୨୮ଜଣଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବାବେଳେ ଜଣେ ନିଖୋଜ ଥିବା ଜଣାପଡ଼ିଛି । ଜାହାଜରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ନିଖୋଜ ନାବିକଙ୍କ ସନ୍ଧାନ ମିଳିନାହିଁ । ତଟରକ୍ଷା ବାହିନୀଙ୍କ ସୂଚନା ମୁତାବକ, ଏହି ଅଘଟଣ ସକାଳ ସାଢ଼େ ୧୧ଟା ସମୟରେ ହୋଇଥିଲା । ଜାହାଜରେ ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଥିଲେ ହେଁ ଜାହାଜରେ ବଡ଼ ଧରଣର ବିସ୍ଫୋଟ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ନିଆଁ ସମଗ୍ର ଜାହାଜରେ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ଭାରତୀୟ ତଟରକ୍ଷୀ ଜାହାଜ ସମୁଦ୍ର ପେହରେଦାର, ସି-୪୩୨ ଓ ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ । କୋଷ୍ଟ ଗାର୍ଡର ଏହି ଜାହାଜର ନାମ ରାନୀ ରଶ୍ମୋନୀ ଅଟେ, ସମୁଦ୍ରରେ ଯାଆଆସ କରୁଥିବା ବଡ଼ ଜାହାଜର ଯନ୍ତ୍ରପାତିି ସାମଗ୍ରୀର ଯୋଗାଣ କାର୍ଯ୍ୟ କରିଥାଏ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*