ଏବେ ବଲ୍‌ରେ ଲାଗିବ ମାଇକ୍ରୋଚିପ୍‌

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ବର୍ତ୍ତମାନ କି୍ରକେଟ ଖେଳରେ ଟେକ୍ନୋଲୋଜିର ବ୍ୟବହାର ଖୁବ୍‌ ହେଉଛି । ବର୍ତ୍ତମାନ ତାହା ଆହୁରି ବ୍ୟାପ୍ତ ହେବାକୁ ଯାଉଛି । ସୂଚନା ଅନୁସାରେ ବର୍ତ୍ତମାନ କି୍ରକେଟ ବଲ୍‌ରେ ମାଇକ୍ରୋଚିପ୍‌ ସଂଯୋଗ କରାଯିବ । ଫଳରେ ବ୍ୟାଟ୍‌ରେ ତାହା ବାଜିବା ସଫା ଜଣାପଡିଯିବ । ଏହାଦ୍ୱାରା ଆଉଟ୍‌ ନିଷ୍ପତ୍ତି ଦେବାରେ କୌଣସି ଅସୁବିଧା ହେବ ନାହିଁ । ଅଷ୍ଟ୍ରେଲିଆର ଆସନ୍ତା ବିଗ୍‌ ବାସ୍‌ ଲିଗ୍‌ରେ ପ୍ରଥମ ଥର ପାଇଁ ଏପରି ବଲର ବ୍ୟବହାର ହେବାକୁ ଯାଉଛି । ଅଷ୍ଟ୍ରେଲିଆର ପ୍ରମୁଖ ବଲ୍‌ ନିର୍ମାଣକାରୀ ସଂସ୍ଥା କୁକାବୁରା ଏପରି ଟେକ୍ନୋଲୋଜିର ବ୍ୟବହାର କରିବା ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଏହାର ବ୍ୟବସାୟୀକ ଉତ୍ପାଦନ ଏବଂ ବ୍ୟବହାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଫଳରେ ଏବେ ବଲ୍‌ ପଡିବା ମାତ୍ରକେ ତାହାର ଗତି କେତେ ଥିଲା ଏବଂ ବ୍ୟାଟ୍‌ରେ ତାହା ବାଜିଛି କି ନାହିଁ ସବୁ ସାଙ୍ଗେ ସାଙ୍ଗେ ଜଣାପଡିଯିବ । ଏହାକୁ ସ୍ମାର୍ଟ କି୍ରକେଟ ବଲ ବୋଲି ବର୍ଣ୍ଣନା କରାଯାଉଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*