୪ ବର୍ଷ ପରେ ଜେଲରୁ ବାହାରିଲେ ସାରଥୀ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : କଟକ

ଦୀର୍ଘ ୪ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି ଆତ୍ମଘୋଷିତ ଭଗବାନ ତଥା ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ଗୁରୁବାର ସଂଧ୍ୟାରେ ଚୌଦ୍ୱାର କେନ୍ଦ୍ରୀୟ ଜେଲରୁ ସାରଥୀ ପଦାକୁ ବାହାରିଛନ୍ତି । ସାରଥୀଙ୍କ ନାମରେ ୩ଟି ଅଭିଯୋଗରେ ମାମଲାରୁଜୁ ରୁଜୁ ହୋଇଥିଲା । ପୁଲିସ ୨୦୧୫ ଅଗଷ୍ଟ ୯ ତାରିଖରେ ସାରଥୀଙ୍କୁ ଗିରଫ କରି ଜେଲ ପଠାଇଥିଲା । ତିନିଦିନ ତଳେ ହାଇକୋର୍ଟରେ ସାରଥୀଙ୍କୁ ଜାମିନ ମିଳିଥିଲା । ଗୁରୁବାର କେନ୍ଦ୍ରାପଡା ଏସ୍ଡିଜେଏମ୍ କୋର୍ଟରୁ ରିଲିଜ ଅର୍ଡର ଆସିବା ପରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ସାରଥୀଙ୍କୁ ମୁକ୍ତ କରିଛନ୍ତି । ସାରଥୀଙ୍କୁ କମିଶନରେଟ ପୁଲିସ ପକ୍ଷରୁ କଡାସୁରକ୍ଷା ବଳରେ ଜେଲ ନିକଟରୁ ଅଣାଯାଇଥିଲା । ଜେଲରୁ ସାରଥୀ ବାହାରିବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିଛି । ଜେଲରୁ ମୁକ୍ତ ପରେ ସାରଥୀଙ୍କ ରହଣୀକୁ ଗୁପ୍ତ ରଖାଯାଇଛି । ସାରଥୀଙ୍କୁ ଜେଲ ବାହାରେ ଆକ୍ରମଣ ହେବାର ସମ୍ଭାବନା ରହିଥିବାରୁ ତାଙ୍କୁ କଡା ସୁରକ୍ଷାରେ ରଖାଯିବାକୁ କମିଶନରେଟ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜେଲର ମୁଖ୍ୟଗେଟ ନିକଟରୁ ସାରଥୀଙ୍କୁ କମିଶନରେଟ ପୁଲିସ ନିଜ ହେପାଜତରେ ନେବା ସହିତ ଗଣମାଧ୍ୟମକୁ ସାକ୍ଷାତ କରିବାକୁ ସାରଥୀଙ୍କୁ ସୁଯୋଗ ଦେଇନଥିଲା ।
ସୂଚନା ଯୋଗ୍ୟ, ଗତ ୨୨ ତାରିଖରେ ହାଇକୋର୍ଟରୁ ସାରଥିଙ୍କୁ ଜାମିନ ମିଳିଛି । ୨ ଲକ୍ଷ ଟଙ୍କାର ଜାମିନଦାର ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ବାବା ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିିଁ କି ସମାନ ଅପରାଧିକ ଘଟଣାରେ ସଂପୃକ୍ତ ହେବେ ନାହିିଁ ବୋଲି ହାଇକୋର୍ଟ କହିବା ସହ ନିମ୍ନ ଅଦାଳତ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି ସ୍ପଷ୍ଟ କରିଥିଲେ । କେନ୍ଦ୍ରାପଡା ଏସ୍ଡିଜେଏମ୍ ସର୍ତ୍ତରେ ବିନା ଅନୁମତିରେ ସାରଥୀ ରାଜ୍ୟ ବାହରକୁ ଯାଇପାରିବେ ନାହିଁ । କେନ୍ଦ୍ରାପଡା ଉପକଣ୍ଠରେ ଥିବା ବାରିମୂଳ ଆଶ୍ରମକୁ ମଧ୍ୟ ଯାଇପାରିବେ ନାହିଁ ବୋଲି ଜେଲରେ ସାରଥୀଙ୍କୁ ପାଇଁ ସର୍ତ୍ତର୍ ରଖିଥିଲେ । ଏତଦ୍ବ୍ୟତୀତ ସାରଥୀ କେଉଁଟି ବି ସଭା ସମିତି କରିପାରିବେ ନାହିଁ ବୋଲି ନିଦେ୍ର୍ଦଶ ରହିଛି । ବାବାଙ୍କ ନାମରେ ତିନୋଟି ମାମଲା ରୁଜୁ ହୋଇଥିଲାବେଳେ ପୂର୍ବରୁ ତାଙ୍କୁ ଦୁଇଟି ମାମଲାରେ ଜାମିନ ମିଳିଥିଲା ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*