୨ ଟ୍ରକ ଧକ୍କା: ଜଣେ ମୃତ, ଜଣେ ଆହତ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଚୌଦ୍ୱାର

୧୬ନଂ ଜାତୀୟ ରାଜପଥ ବାହୁଡା ଗଡା ନିକଟରେ ଟ୍ରକ ପଛରେ ଟ୍ରକ ଧକ୍କା ଘଟି ଘଟଣାସ୍ଥଳରେ ଖଲାସିର ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଖଲାସି ଓ ଟ୍ରକ ଚାଳକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ, ବୁଧବାର ଭୋର ସମୟରେ ଭୁବନେଶ୍ୱରରୁ ଟାୱାର ସାମଗ୍ରୀ ବୋଝେଇ କରି ଏକ ଟ୍ରକ ବାଲେଶ୍ୱର ଯାଉଥିଲା । ଏହି ଛକଠାରେ ଗହମ ବୋଝେଇ ଟ୍ରକ ରାସ୍ତା ପାରହେଉଥିବାବେଳେ ଟାୱାର ବୋଝେଇ ଟ୍ରକ ଚାଳକ ଭାରସାମ୍ୟ ହରାଇ ଗହମ ଟ୍ରକ ପଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ଟାୱାର ବୋଝେଇ ଟ୍ରକର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଟ୍ରକ ଆଗରେ ବସିଥିବା ଖଲାସିର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବାବେଳେ ଗୁରୁତର ଥିବା ଚାଳକକୁ ସ୍ଥାନୀୟ ଲୋକେ ଟ୍ରକ କ୍ୟାବିନ ଭିତରୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ପଠାଇଥିଲେ । ଟାଙ୍ଗୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଟାୱାର ବୋଝେଇ ଟ୍ରକକୁ ଜବତ କରିଥିବାବେଳେ ଗହମବୋଝେଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*