୧୨୮ ଧନ କୁବେରଙ୍କୁ ଜୋରଦାର ଝଟ୍‌କା ମୁକେଶ ଏସିଆର ଶ୍ରେଷ୍ଠ ଧନୀକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

୨୦୧୮ ବର୍ଷରେ ରିଲାଏନ୍ସ ଇନ୍ଦଷ୍ଟି୍ରଜର ଜବରଦସ୍ତ ପ୍ରଦର୍ଶନ କାରଣରୁ ଭାରତର ଶ୍ରେଷ୍ଠ ଧନୀକ ମୁକେଶ ଅମ୍ବାନୀ ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଏସିଆର ଶ୍ରେଷ୍ଠ ଧନୀକ ମାନ୍ୟତା ହାସଲ କରିଛନ୍ତି । ଚଳିତ ବର୍ଷର ସବୁଠୁ ବଡ଼ କଥା ହେଉଛି ଗୋଟିଏ ପଟେ ଅମ୍ବାନୀଙ୍କ ସମ୍ପତି ୪ ଅରବ ଡଲାର ବଢିଥିଲାବେଳେ ଅନ୍ୟପଟେ ଏସିଆର ୧୨୮ ଧନକୁବେର ଅର୍ଥାତ୍‌ ସୁପର ରିଚଙ୍କ ସମ୍ପତିରେ ହ୍ରାସ ଦେଖାଯାଇଛି ।
ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠୁ ଅଧିକ ଅଭିବୃଦ୍ଧି ହାସଲ କରୁଥିବା ଏସିଆ ମହାଦେଶର ଅର୍ଥ ବ୍ୟବସ୍ଥାରେ ୧୨୮ଜଣ ସୁପର ରିଚଙ୍କୁ ୨୦୧୮ରେ ବଡ଼ ଝଟ୍‌କା ଲାଗିଛି । ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ସେମାନଙ୍କ ମୋଟ ସମ୍ପତିରେ ୧୩୭ ଅରବ ଡଲାର କ୍ଷତି ଘଟିଛି । ବିଶ୍ୱ ବ୍ୟବସାୟରେ ଦେଖାଦେଇଥିବା ଚାପ ଏବଂ ଏହାକୁ ନେଇ ସୃଷ୍ଟି ହେଉଥିବା ଅସ୍ଥିରତା କାରଣରୁ ଏସିଆ ମହାଦେଶର କିଛି ଧନୀକଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି ।
ବ୍ଲୁମ୍‌ବର୍ଗର ସୁପର ରିଚ୍‌ ତାଲିକାରେ ସାମିଲ ଥିବା ୪୦ ରିଚ୍‌ ଧନୀକଙ୍କ ମଧ୍ୟରୁ ୨୭ଜଣଙ୍କର ସମ୍ପତିରେ ହ୍ରାସ ଦେଖିବାକୁ ମିଳିଛି । ଭାରତର ୨୩ ଶ୍ରେଷ୍ଠ ଧନୀକଙ୍କର ୨୧ ଅରବ ଡଲାରର କ୍ଷତି ଘଟିଛି । ସବୁଠୁ ଅଧିକ କ୍ଷତିଘଟିଛି ଲକ୍ଷ୍ମୀ ମିତ୍ତଲଙ୍କର । ଦକ୍ଷିଣ କୋରିଆର ସୁପର ରିଚ୍‌ମାନେ ମଧ୍ୟ ବିଶ୍ୱର ଏହି ଅସ୍ଥିର ପରିବେଶରୁ ନିଜକୁ ମୁକୁଳାଇ ପାରିନାହାନ୍ତି । ଏହି ଦେଶର ଶ୍ରେଷ୍ଠ ୭ ଧନୀକଙ୍କର କ୍ଷତି ହୋଇଛି ୧୭.୨ ଅରବ ଡଲାର । ସାମସଙ୍ଗ୍‌ର ମାଲିକଙ୍କ ମୋଟ ସମ୍ପତିରେ ଏକ ତୃତୀୟାଂଶର କ୍ଷତି ଘଟିଛି । ଅନ୍ୟପଟେ କିଛି ଧନୀକ ମଧ୍ୟ ବେସ୍‌ ଲାଭ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସ୍ମାର୍ଟ ଫୋନ ନିର୍ମାତା ସାଓମି ର ଲେଇଜୁନ୍‌ ଏବଂ ଜାପାନର ଧନୀକ ତଦାସୀ ୟାନାଇ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*