ୱେବ୍‌ ଶୋ’ରେ ନଜର ଆସିବେ ମାନୁଷୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୭ରେ ମିସ୍‌ୱାର୍ଲ୍ଡ ମୁକୁଟ ବିଜୟିନୀ ମାନୁଷୀ ଛିଲ୍ଲର ଏବେ ଚର୍ଚ୍ଚାରେ ଅଛନ୍ତି । କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଯେ, ମାନୁଷୀ ବଡ଼ପରଦାରେ ଡେବୁ୍ୟ କରିବାକୁ ଯାଉଛନ୍ତି ବୋଲି । ହେଲେ ଏବେ ମାନୁଷୀ ୱେବ୍‌ ଶୋ’ରେ ମଧ୍ୟ ଡେବୁ୍ୟ କରିବାକୁ ଯାଉଛନ୍ତି । ଖବରରୁ ଜଣାପଡ଼ିଛି ଯେ, ଅଲି ଅବ୍‌ବାସ ଜଫରଙ୍କ ଡାଇରେକ୍ସନ୍‌ରେ ନିର୍ମାଣ ହେବାକୁ ଥିବା ୱେବ୍‌ ଶୋ’ ‘ତାନ୍ଦବ’ ପାଇଁ ସ୍କ୍ରୀନ୍‌ ଟେଷ୍ଟ ଦେଇଛନ୍ତି ମାନୁଷୀ । ଏହି ଶୋ’ ପାଇଁ ସୈଫ୍‌ ଅଲି ଖାନ୍‌ ପ୍ରଥମରୁ ହିଁ ଲିଡ୍‌ ଆକ୍ଟର ଭାବେ ଫାଇନାଲ ହୋଇସାରିଛନ୍ତି ।
ଆମେରିକା ଶୋ’ରୁ ପ୍ରେରିତ ଏହି ୱେବ୍‌ ଶୋ’ ପାଇଁ ମାନୁଷୀ ୟଶ୍‌ରାଜ ଷ୍ଟୁଡ଼ିଓରେ ଲୁକ୍‌ ଟେଷ୍ଟ ଦେଇଛନ୍ତି । ସୂଚନାଥାଉ ଯେ, ଏହି ୱେବ୍‌ ସିରିଜ୍‌ ଫେମସ୍‌ ଆମେରିକୀୟ ଶୋ’ ‘ହାଉସ୍‌ ଅଫ୍‌ କାର୍ଡସ୍‌’ରୁ ପ୍ରେରିତ, ଯାହା ଆମେରିକୀୟ ରାଜନୀତି ଉପରେ ପ୍ରସ୍ତୁତ ହୋଇଥିବା ଏକ କଲ୍ଟ ୱେବ୍‌ ସିରିଜ୍‌ ଅଟେ । ଅଲି ଏହି ଶୋ’କୁ ଭାରତୀୟ ରାଜନୀତି ଉପରେ ବନାଇବାକୁ ଯାଉଛନ୍ତି । ଖବର ଅନୁସାରେ ଏହି ଶୋ’ ଲାଗି ସୁଟିଂ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଯିବ । ଏଥିସହିତ ୨୦୨୦ ମସିହା ମେ-ଜୁନ୍‌ ମାସ ମଧ୍ୟରେ ଏହି ଶୋ’କୁ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।
ସୈଫ୍‌ ନେଟ୍‌ଫ୍ଲିକ୍ସର ଅରିଜିନାଲ ୱେବ୍‌ ସିରିଜ୍‌ ‘ସାକ୍ରେଡ ଗେମ୍ସ’ର ଦୁଇଟି ସିଜନ୍‌ରେ ନଜର ଆସିଥିଲେ । ତେବେ ମାନୁଷୀଙ୍କ ଅଭିନୀତି ଏହା ପ୍ରଥମ ୱେବ୍‌ ଶୋ’ ହେବ । ଅପରପକ୍ଷେ ଶୁଣିବାକୁ ମିଳିଛି ଯେ, ମାନୁଷୀ ୟଶ୍‌ରାଜ୍‌ ଫିଲ୍ମସ୍‌ରେ ନିର୍ମିତ ହେବାକୁଥିବା ଫିଲ୍ମରୁ ନିଜର ଅଭିୟନ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ପୃଥ୍ୱୀରାଜ୍‌ ଚୌହାନଙ୍କ ବାୟୋପିକ୍‌କୁ ନେଇ ଫିଲ୍ମଟି ପ୍ରସ୍ତୁତ ହେବାକୁଥିବା ବେଳେ ମାନୁଷୀ ଅକ୍ଷୟଙ୍କ ଅପୋଜିଟ୍‌ ନଜର ଆସିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*