ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନଙ୍କୁ ଭେଟିଲେ ନିର୍ମଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପାକିସ୍ତାନୀ ମାଟିରେ ୬୦ ଘଣ୍ଟା ବିତାଇବା ପରେ ଶୁକ୍ରବାର ରାତିରେ ସମ୍ମାନର ସହ ସ୍ୱଦେଶ ଫେରିିଆସିଥିବା ୱିଙ୍ଗ କମାନ୍ଦର ଅଭିନନ୍ଦନ ବର୍ତ୍ତମାନଙ୍କୁ ଶନିବାର ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ଥାନୀୟ ଆର୍ମି ରିସର୍ଚ୍ଚ ଆନ୍ଦ ରେଫରାଲ ହସପିଟାଲରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପରୀକ୍ଷାନୀରିକ୍ଷା ପାଇଁ ଭର୍ତ୍ତି ହୋଇଥିବା ଅଭିନନ୍ଦନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ସୂତ୍ରାନୁଯାୟୀ ନର୍ମଳା ସାହସୀ ପାଇଲଟଙ୍କୁ କିପରି ସେ ପାକିସ୍ତାନରେ ପହଞ୍ଚôଥିଲେ ଏବଂ ସେଠାରେ ତାଙ୍କ ସହ କଣ କଣ ଘଟିଥିଲା, ସେବିଷୟରେ ପଚାରିଥିଲେ । ସେହିପରି ପାକିସ୍ତାନରେ ତାଙ୍କୁ ଅଟକ ରଖାଯାଇଥିଲାବେଳେ ତାଙ୍କୁ କ’ଣସବୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ ନିର୍ମଳା । ଶୁକ୍ରବାର ରାତିରେ ଅଭିନନ୍ଦନ ଭାରତ ଫେରିବା ପରେ ନିର୍ମଳା ଟୁଇଟ୍‌ କରିଥିଲେ ଯେ, ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ, ଆମେ ଆପଣଙ୍କ ପାଇଁ ଗର୍ବିତ । ପୁରା ଦେଶ ଆପଣଙ୍କ ସାହାସ ପାଇଁ ସଲାମ କରୁଛି । ଆପଣ ବୀପରିତ ସ୍ଥିତିରେ ମଧ୍ୟ ନିଜର ସାହାସକୁ ବଜାଇ ରଖିଲେ । ଦେଶର ଅସଂଖ୍ୟ ଯୁବପିଢିଙ୍କ ପାଇଁ ଆପଣ ପ୍ରେରଣା ଉତ୍ସ ପାଲଟିଛନ୍ତି ।
ଏହା ପୂର୍ବରୁ ୱିଙ୍ଗ କମାନ୍ଦର ଅଭିନନ୍ଦନ ବାୟୁସେନା ମୁଖ୍ୟ ବିରେନ୍ଦର ସିଂହ ଧନୱା ଙ୍କୁ ଭେଟି ପାକିସ୍ତାନରେ ତାଙ୍କର ରହଣୀ ବେଳର କଥା ବତାଇଥିଲେ । ଅପରପକ୍ଷରେ ମେଡିକାଲ ଚେକ୍‌ ଅପରେ ତାଙ୍କୁ ପୁରାପୁରି ଫିଟ୍‌ ଦର୍ଶାଯାଇଛି । ତାଙ୍କୁ ରବିବାର ଦିନ ଡିସଚାର୍ଜ କରାଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉ କି, ପାକିସ୍ତାନରୁ ଫେରିବା ପରେ କୁଲିଂ ଡାଉନ୍‌ ପ୍ରୋସେସ୍‌ ଅନ୍ତର୍ଗତ ଅଭିନନ୍ଦନଙ୍କଠାରେ ବହୁତ ଗୁଡିଏ ପରୀକ୍ଷାନୀରିକ୍ଷା କରାଯାଇଥିଲା । ହସପିଟାଲରୁ ଡିସଚାର୍ଜ ହେବା ପରେ ସେ ଗଣମାଧ୍ୟମରେ ନିଜ ଉପରେ ବିତିଥିବା କଥା କହିବେ ବୋଲି ଜଣାପଡିଛି । ହସପିଟାଲରେ ଭର୍ତ୍ତି ହେବା ପରେ ସେ ନିଜ ପରିବାରବର୍ଗଙ୍କ ସହ ବାୟୁସେନାର କିଛି ଉଚ୍ଚ ଅଧିକାରୀଙ୍କୁ ଭେଟିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*