ୱିକେଟ ନେଲେ ଯାଦୁ କଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଡର୍ବାନ

ଲେଗସ୍ପିନର ତାବରେଜ୍‌ ସାମ୍ସି ଯେମିତି ଚତୁର ବୋଲର ସେମିତି ମଧ୍ୟ କୁଶଳୀ ଯାଦୁଗର । କି୍ରକେଟ ଖେଳ ନଥିଲେ ସେ ଯାଦୁଗର ଭାବରେ ଖେଳ ଦେଖାଇବାକୁ ପସନ୍ଦ କରନ୍ତି । ତେବେ ପ୍ରଥମ ଥର ପାଇଁ ପଡିଆରେ କି୍ରକେଟ ଖେଳୁ ଖେଳୁ ସେ ଯାଦୁ ଦେଖାଇ ସମସ୍ତଙ୍କୁ ହତଚକିତ କରିଛନ୍ତି । ବର୍ତ୍ତମାନ ଚାଲିଥିବା ଏମଏସଏଲ୍‌ ସିଜିନରେ ପର୍ଲ ରକ୍ସ ଦଳ ପକ୍ଷରୁ ଖେଳୁଛନ୍ତି ସାମ୍ସି । ବୁଧବାରର ଏକ ମ୍ୟାଚରେ ସାମ୍ସି ବ୍ୟାଟସମ୍ୟାନ୍‌ ଲୁବେଙ୍କୁ ଛକା ମାରିବାର ଲାଳସା ଦେଇ କ୍ୟାଚ ଆଉଟ୍‌ କରାଇ ଦେଇଥିଲେ । ଏହି ୱିକେଟ ପାଇବାପରେ ସାମ୍ସି ପଡିଆରେ ହଠାତ୍‌ ଦେଖାଇଥିଲେ ଯାଦୁ । ପକେଟରୁ ନାଲିଆ ରୁମାଲ୍‌ ବାହାର କରି ତାକୁ ଉଡ଼ାଇବାବେଳେ ହଠାତ୍‌ ଏକ ବାଡିରେ ତାହାକୁ ପରିଣତ କରି ଦେଇଥିଲେ । ସମସ୍ତେ ଏହା ଦେଖି ହୋଇଯାଇଥିଲେ ତାଜୁବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*