୯୦ ଟଙ୍କାରେ କିଣିଥିଲେ ଫୁଲଦାନି, ନିଲାମ ହେଲା ସାଢେ ୪ କୋଟିରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଲଣ୍ଡନ

ବେଳେବେଳେ ଆମେ କୌଣସି ସାମଗ୍ରିକୁ ଅତି ସାଧାରଣ ଭାବେ ମନେକରି କିଣି ଦେଇଥାଉ । ମାତ୍ର ଏହା ଭିତରର ପ୍ରକୃତ ସତ ଯେତେବେଳେ ଜଣାପଡେ ସେତେବେଳେ ଚିକିତ ହେବା ସ୍ୱଭାବିକ । ଏପରି ଏକ ଘଟଣା ଇଂଲଣ୍ଡରେ ଜଣେ ମହିଳାଙ୍କ ସହ ଘଟିଛି ।
ଏହି ମହିଳା ଜଣଙ୍କ ଏକ ଚ୍ୟାରିଟି ଶୋ’ରୁ ୯୦ ଟଙ୍କା ଦେଇ ଏକ ଚାଇନା ନିର୍ମିତ ଫୁଲଦାନି କିଣିଥିଲେ । କିଛିଦିନ ପରେ ସେ ଏହି ଫୁଲଦାନିକୁ ଇ-କମର୍ସ କମ୍ପାନୀ ଇ- ବେ ରେ ବିକିବାର ଚେଷ୍ଟା କରିଥିଲେ । ସେତେ ବେଳେ ଏହି ଫୁଲଦାନି ପାଇଁ ଲକ୍ଷାଧିକ ଟଙ୍କାର ଅଫର ଆସିଥିଲା । ମନରେ ଉତ୍ସୁକତା ବଢିବାରୁ ମହିଳା ଜଣଙ୍କ ଏହାକୁ ନିଲାମୀ କରିବା ପାଇଁ ଏକ ନିଲାମୀ ଘରକୁ ନେଇଥିଲେ । ନିଲାମୀ ସମୟରେ ଜଣାପଡିଥିଲା ଯେ, ଯାହାକୁ ସେ ଏକ ସାଧାରଣ ଫୁଲଦାନି ଭାବେ କିଣିଥିଲେ ତାହା ପ୍ରକୃତରେ ୩୦୦ ବର୍ଷ ପୁରୁଣା ଫୁଲଦାନି ଥିଲା । ଏହି ଫୁଲଦାନିକୁ ଚୀନର ଜଣେ ବ୍ୟକ୍ତି ୪.୪୮ କୋଟି ଟଙ୍କାରେ ନିଲାମୀ ନେଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଫୁଲଦାନି ବିକିଥିବା ଏବଂ ଫୁଲଦାନି କିଣିଥିବା ବ୍ୟକ୍ତିଙ୍କ ନାମ ଉଜାଗର କରାଯାଏ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*