୯୦% ଜଳିଯାଇଛି ଉନ୍ନାଓ ପୀଡିତାଙ୍କ ଶରୀର, ବଞ୍ଚିବାର ଆଶା କ୍ଷୀଣ : ଡାକ୍ତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ଉନ୍ନାଓଠାରେ ଗୁରୁବାର ଦୁଷ୍କର୍ମକାରୀଙ୍କ ହାତରେ ଜଳିଯାଇଥିବା ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଡାକ୍ତର ତାଙ୍କର ବଞ୍ଚôବାର ସମ୍ଭାବନା ଖୁବ୍‌ କମ୍‌ ଥିବା କହିଛନ୍ତି । ଗୁରୁବାର ତାଙ୍କୁ ଲକ୍ଷ୍ନୌ ହସପିଟାଲରୁ ଦିଲ୍ଲୀର ସଫଦରଗଞ୍ଜ ହସପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ସେ ଯେପରି ସୁରକ୍ଷିତଭାବେ ହସପିଟାଲରେ ପହଞ୍ଚôବେ, ସେଥିଲାଗି ଗ୍ରୀନ କରିଡର ତିଆରି କରାଯାଇଥିଲା । ଶୁକ୍ରବାର ହସପିଟାଲର ସୁପରିଟେନେ୍ଦଣ୍ଟ ଡାକ୍ତର ସୁନୀଲ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ପୀଡିତାଙ୍କୁ ବଞ୍ଚାଇବା ସକାଶେ ସବୁପ୍ରକାର ପ୍ରୟାସ କରୁଛୁ । ହେଲେ ତାଙ୍କ ଶରୀରର ୯୦ ଭାଗ ପୋଡିସାରିଛି । ତେଣୁ ତାଙ୍କ ବଞ୍ଚିବାର ଆଶା ଖୁବ୍‌ କ୍ଷୀଣ ।
ପ୍ରକାଶ ଥାଉ କି, ଗୁରୁବାର ଉତ୍ତରପ୍ରଦେଶରେ ଉନ୍ନାଓଠାରେ ଦୁଷ୍କର୍ମ ପୀଡିତାଙ୍କୁ ଆରୋପୀମାନେ ପୋଡି ମାରିଦେବାକୁ ଚେଷ୍ଟା କରିଥିଲେ । ପୀଡିତା ଗଣଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ରାୟବରେଲୀକୁ ଯିବା ପାଇଁ ରେଳ ଷ୍ଟେସନ ଯାଉଥିଲେ । ଘରଠାରୁ ପ୍ରାୟ ୧ କିମି ଦୂରରେ ପୂର୍ବରୁ ପୀଡିତାଙ୍କୁ ଜଗି ରହିଥିଲେ ୫ ଆରୋପୀ । ସେମାନେ ମହିଳାଙ୍କୁ ଘେରି ଯାଇଥିଲେ ଏବଂ ତାଙ୍କ ଉପରେ କିରୋସିନ୍‌ ଢାଳି ନିଅାଁ ଲଗାଇଦେଇଥିଲେ । ଏହାପରେ ପୀଡିତା ଜଣକ ସେପରି ଜଳନ୍ତା ଅବସ୍ଥାରେ ନିଜ ଘର ଆଡକୁ ଦୌଡିଥିଲେ ଏବଂ ସମସ୍ତଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ପ୍ରଥମେ ଲୋକେ ତାଙ୍କୁ ଦେଖି ଡରିଯାଇଥିଲେ । ହେଲେ ସେ ନିଜ ନାଁ କହିବାରୁ ଲୋକେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ । ଏପରିକି ପୀଡିତା ନିଜେ ପୁଲିସ୍‌ ସହ ମଧ୍ୟ କଥା ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*