୯ରୁ କଟକରେ ଜାତୀୟ ସିନିୟର ଆର୍ଚେରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପୁଣି ଏକ ବଡ ଜାତୀୟ ପ୍ରତିଯୋଗିତା ଓଡିଶାରେ ହେବାକୁ ଯାଉଛି । କଟକ-ବାରବାଟୀ ଷ୍ଟାଡିୟମଠାରେ ଆସନ୍ତା ୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ୩୯ତମ ଜାତୀୟ ସିନିୟର ଆର୍ଚେରୀ ପ୍ରତିଯୋଗିତା । ୧୮ତାରିଖ ଯାଏଁ ଚାଲିବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଦେଶର ପ୍ରମୁଖ ମହିଳା ଓ ପୁରୁଷ ତୀରନ୍ଦାଜ ଖେଳାଳି ଯୋଗଦେବେ । ବିଭିନ୍ନ ରାଜ୍ୟ ଓ ବୃତ୍ତିଗତ ସଂସ୍ଥା ଦଳରୁ ପ୍ରାୟ ୯ଶହରୁ ବେଶୀ ଖେଳାଳି ଏହି ୧୦ ଦିନିକିଆ ପ୍ରତିଯୋଗିତାରେ ଭାଗନେବାକୁ ଯାଉଛନ୍ତି । ଦୀପିକା କୁମାରୀ, ମଧୁମିତା କୁମାରୀ, ବୋମ୍ବାଲା ଦେବୀ, ଜୟନ୍ତ ତାଲୁକଦାର ଏବଂ ରାହୁଲ ବାନାର୍ଜୀଙ୍କ ଭଳି ବହୁ ଆନ୍ତର୍ଜାତିକ ଖ୍ୟାତି ସଂପର୍ଣ୍ଣ ଖେଳାଳି ଏଥିରେ ଭାଗନେବେ । ଓଡିଶା ଆର୍ଚେରୀ ସଂଘ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରାୟ ୩୧ଲକ୍ଷ ଟଙ୍କାର ବଜେଟ୍ କରିଛି । ଖେଳାଳି ଓ ଅଫିସିଆଲ୍ମାନେ ବାରବାଟୀ ଷ୍ଟାଡିୟମ ଓ ଅନ୍ୟାନ୍ୟ ଗେଷ୍ଟହାଉସ୍ଗୁଡିକରେ ରହିବେ । ପରବର୍ତ୍ତୀ ବିଶ୍ୱ ଚମ୍ପିଆନ୍ସିପ୍ ପାଇଁ ଏହି ପ୍ରତିଯୋଗିତାରୁ ଖେଳାଳି ଚୟନ କରାଯିବ । ୧୦ତାରିଖ ଅପରାହ୍ନରେ ଏକ ବିଶେଷ ଉତ୍ସବ କରାଯାଇ ଆନୁଷ୍ଠାନିକ ଉଦ୍ଘାଟନ ହେବ ବୋଲି ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଆର୍ଚେରୀ ସଂଘ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାମ୍ବାଦିକ ସମ୍ମିଳନୀରେ ଓଡିଶା ଆର୍ଚେରୀ ସଂଘର ସଭାପତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ୍ କୁମାର ତ୍ରିପାଠୀ, ସଂପାଦକ ଶ୍ରଦ୍ଧାନନ୍ଦ ଦାସ, ସମୀର କୁମାର ପରିଜା, ସରୋଜ କୁମାର ସିଂହ, ସୁଭୋଷ ଦାସ ଓ ନିର୍ମଳକାନ୍ତି ସେନ୍ ପ୍ରମୁଖ ଯୋଗଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*