୯ମ ମାସ ପାଇଁ ଉତ୍ପାଦନ କମାଇଛି ମାରୁତି ସୁଜୁକି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମାରୁତି ସୁଜୁକି ଇନ୍ଦିଆ ଅକ୍ଟୋବରରେ ନିଜ ଉତ୍ପାଦନକୁ ୨୦.୭% ହ୍ରାସ କରିଛି । କମ୍ପାନୀ ପକ୍ଷରୁ କ୍ରମାଗତ ଭାବେ ୯ମ ମାସ ପାଇଁ ଉତ୍ପାଦନ ହ୍ରାସ କରାଯାଇଥିବା ନିୟାମକ ଫାଇଲିଂରେ ଅବଗତ କରାଯାଇଛି । ମାରୁତି ସୁଜୁକି ଇନ୍ଦିଆ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ମାସରେ ମୋଟ ୧,୧୯,୩୩୭ ୟୁନିଟ୍‌ ଉତ୍ପାଦନ ହୋଇଥିଲାବେଳେ ଗତବର୍ଷ ଅକ୍ଟୋବରରେ ଉତ୍ପାଦନ ପରିମାଣ ୧,୫୦,୪୯୭ ୟୁନିଟ୍‌ ଥିଲା । କମ୍ପାନୀର ପାସେଞ୍ଜର ଯାନ ଉତ୍ପାଦନ କ୍ଷେତ୍ରରେର ଅକ୍ଟୋବର ମାସରେ ୨୦.୮୫%ର ହ୍ରାସ କରାଯାଇଛି । ସେହିପରି କମ୍ପାକ୍ଟ କାର୍‌ ଉତ୍ପାଦନରେ ୨୧.୫୭% ହ୍ରାସ ଘଟିଛି ।
ରେକର୍ଡ ଅନୁସାରେ ୮ମାସ ପରେ ଅକ୍ଟୋବରରେ ମାରୁତି ସୁଜୁକିର ବିକି୍ର ବାର୍ଷିକ ଆଧାରରେ ୪.୫% ବୃଦ୍ଧି ଘଟିଛି । ପାର୍ବଣ କିଣାବିକା ଏବଂ ନୂଆ ଋଣ କାରଣରୁ ଏହି ବୃଦ୍ଧି ଘଟୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*