୯ଟି ଗାଁର ଲୋକେ ପିଇବା ପାଣିରୁ ବଞ୍ଚିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ନୟାହାଟ

ପୁରୀ ଜିଲ୍ଲାର ଗୋପବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମପଞ୍ଚାୟତର ୯ଟି ଗ୍ରାମର ପ୍ରାୟ ଏକ ହଜାର ପରିବାର ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି । ଏ ବିଷୟରେ ଗ୍ରାମବାସୀମାନଙ୍କ ପକ୍ଷରୁ ବିଡ଼ିଓ ଏବଂ ପାନୀୟଜଳ ପରିମଳ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।
ଉକ୍ତ ପଞ୍ଚାୟତର ବେଦପୁର ଓ ବେଗୁନିଆଠାରେ ଦୁଇଟି ଜଳପ୍ରକଳ୍ପ ରହିଥିଲେ ସୁଧା ଗ୍ରାମବାସୀମାନେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି । ଉକ୍ତ ୨ଟି ପ୍ରକଳ୍ପରୁ ପାନୀୟଜଳ ଯିବା ପାଇଁ ସବୁ କାର୍ଯ୍ୟ ସରିଥିବା ବେଳେ ପାଣି ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ । କେତେକ ସ୍ଥାନରେ ପାଇପ୍‌ ଫାଟି ଥିବା ବେଳେ ଷ୍ଟାନ୍ଦ ପୋଷ୍ଟ ଅଚଳ ଯୋଗୁଁ ପାଣି ବାହାରୁ ନାହିଁ । ପିଇବା ପାଣିର ଅଭାବ ଯୋଗୁଁ କେତେକ ଲୋକ ନଦୀ, ପୋଖରୀରୁ ପାଣି ବ୍ୟବହାର କରୁଛନ୍ତି ।
ଏ ସଂପର୍କରେ ଗୋପ ବିଡିଓଙ୍କୁ ପଚାରିବାରୁ ପାନୀୟଜଳ ଦାୟିତ୍ୱ ପଞ୍ଚାୟତର ବୋଲି ସେ କହିଥିଲେ । ବେଳପୁର ପଞ୍ଚାୟତ ଗୋପ ବ୍ଳକରେ ଥିବା ବେଳେ ବିଡ଼ିଓ ନିଜମୁନ୍ଦରୁ ଦୋଷ ଛଡାଇବା ପାଇଁ ପଞ୍ଚାୟତ ଦୋଷ ଦେଲେ ସତ କିନ୍ତୁ ତଦନ୍ତ ଲାଗି ନିଦେ୍ର୍ଦଶ ଦେଲେ ନାହିଁ । ଏସଂପର୍କରେ ପାନୀୟଜଳ ଯନ୍ତ୍ରୀକୁ ପଚାରିବାରେ ସେ ସଫେଇ ଦେଇ କହିଥିଲେ ରାସ୍ତା କାର୍ଯ୍ୟ ଚାଲିଥିବାରୁ ପାଇପ୍‌କୁ କେତେକ ଲୋକ କାଟି ଦେଇଥିବାରୁ ପାନୀୟଜଳ ସମସ୍ୟା ଦେଖାଦେଇଛି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*