୮୦ ବର୍ଷୀୟ ବିଧବା ବୃଦ୍ଧାଙ୍କୁ ଭତ୍ତା ସ୍ୱପ୍ନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାସୁଦେବପୁର

ବାସୁଦେବପୁର ପଞ୍ଚାୟତ ସମିତି ପରିସରରେ ଜଣେ ୮୦ ବର୍ଷୀୟ ବିଧବା ଜଣଙ୍କ ପେଟ ଚାଖନ୍ଦକ ପାଇଁ ଅଧିକାରୀମାନଙ୍କୁ ଚାଉଳ ଦି’ କିଲୋ ପାଇଁ କରୁଥିବା କରୁଣ ଦୃଶ୍ୟ ଦେଖି ସଭିଁଏ ହତବାକ ହୋଇଯାଇଥିଲେ । ସଳଖି ଛିଡା ହୋଇପାରୁନଥିବା ସ୍ଥାନୀୟ ଅଢୁଆଁ ଅଞ୍ଚଳର ସ୍ୱର୍ଗତ କ୍ଷେତ୍ରମୋହନ ମଳିକଙ୍କ ବିଧବା ସ୍ତ୍ରୀ ଚମ୍ପାବତି ନାତିର ହାତ ଧରି ଘରୁ ବାହାରି ବାସୁଦେବପୁର ବ୍ଲକରେ ପହଞ୍ଚôଥିଲେ । ବ୍ଲକରେ ଥିବା ଯୋଗାଣ ବିଭାଗର କାର୍ଯ୍ୟାଳୟରେ ପହଞ୍ଚôବା ବେଳକୁ ସେଠାରେ କେତେକ କର୍ମଚାରୀଙ୍କ ଅଶୋଭନୀୟ ବ୍ୟବହାର ବୃଦ୍ଧାଙ୍କ ମର୍ମାହତ କରିଥିଲା । ପରେ ଯୋଗାଣ ନୀରିକ୍ଷକଙ୍କୁ ଦେଖାନପାଇ ହତାଶ ହୋଇ ବ୍ଲକ ପରିସରରେ ଶୋଇ ରହିଥିଲେ । କିଛି ସମୟ ମଧ୍ୟରେ ଯୋଗାଣ ନିରୀକ୍ଷକ ବିଭୀଷଣ ନାୟକ ଘଟଣାସ୍ଥଳରେ ପହଞ୍ଚô ବୃଦ୍ଧାଙ୍କୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା । ଯୋଗାଣ ନିରୀକ୍ଷକ ଶ୍ରୀ ନାୟକ ଅବିଳମ୍ବେ ଦୁଇ ଚାରିଦିନ ମଧ୍ୟରେ କାର୍ଡ କରିଦେବାର ତରବରିଆ ପ୍ରତିଶ୍ରୁତି ଦେଇଥିଲେ । ବୃଦ୍ଧାଙ୍କ ଅଭିଯୋଗରୁ ଜଣାପଡିଛି ଯେ ସ୍ୱାମୀ ଆର ପାରିକୁ ଚାଲିଯିବା ପରେ ଏକମାତ୍ର ବେରୋଜଗାରିଆ ପୁଅ ନିଜେ ଚଳିବା କଷ୍ଟସାଧ୍ୟ ଥିବା ବେଳେ ମା’କୁ ଠିକ ଭାବେ ଦୁଇ ଓଳି ଖାଇବାକୁ ଦେଇପାରୁନି । ଏଭଳି ସି୍ଥତିରେ ବୃଦ୍ଧା ଜଣଙ୍କ କେତେବେଳେ ମୁଠେ ମିଳୁଛି ତ କେତେବେଳେ ନାହିଁ । ବିଭିନ୍ନ ସମୟରେ ଗାଁ ମୁଖିଆଙ୍କୁ କହି କହି ହତାଶ ହୋଇଛି । ବ୍ଲକ ପରିସରରେ ନୂଆଗାଁ ଅଞ୍ଚଳର ନରହରୀ ମାଝୀଙ୍କ ସ୍ତ୍ରୀ ସଞ୍ଜୁଲତା ନିଜର ୧୭ ବର୍ଷର ମାନସିକ ଅନଗ୍ରସର ପୁଅକୁ କୋଳରେ ଧରି ଖାଦ୍ୟ ସୁରକ୍ଷା ଯୋଜନା ଚାଉଳ ପାଇଁ ପହଞ୍ଚôଥିଲା । ଭିନ୍ନକ୍ଷମ ରମେଶ ଚାଉଳ ପାଉଥିବାବେଳେ ହଠାତ କାଟି ଦେଇଛନ୍ତି । ଗାଁ ରିଟେଲର ଆଧାର ସଂଯୋଗ ନାମରେ ମାସିକ ଚାଉଳ ଦେଉନି । ଏପଟେ ମାନସିକ ଅନଗ୍ରସର ଭିନ୍ନକ୍ଷମ ରମେଶର ଆଧାର ସେଣ୍ଟରକୁ ଦୌଡି କାର୍ଡ ହୋଇପାରୁନଥିବା ବେଳେ ସରକାରୀ କଟକଣା ପାଇଁ ହତାଶ ହେବାକୁ ପଡିଛି ବୋଲି ମା’ ସଞ୍ଜୁଲତା କୋହଭରା କଣ୍ଠରେ ପ୍ରକାଶ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*