୮୦ ଟଙ୍କାରେ ପାଇବେ ମନ ପସନ୍ଦର ଘର

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ଯଦି ଆପଣଙ୍କୁ କେହି ମାତ୍ର ୮୦ ଟଙ୍କାରେ ଭଲ ଘରଟିଏ ଦେବ ବୋଲି କୁହେ ତେବେ ଆପଣ ନିଶ୍ଚିତ ହସିବେ । ହେଲେ ଏହା ସତ ଯେ, ଇଟାଲୀରେ ଅତି ଶସ୍ତା ଦରରେ ଘର ମିଳୁଛି । ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ ଥିବା ଇଟାଲୀର ଏକ ଗ୍ରାମରେ ଏହି ଘର ଉପଲବ୍ଧ ହେଉଛି ।
ଇଟାଲୀର ସିସିଲ ଦ୍ୱୀପ ସ୍ଥିତ ଏକ ଗ୍ରାମ ହେଉଛି ଶମ୍ବୁକା । ଏଠାକାର ଅଧିକାରୀମାନେ ଗ୍ରାମର ଜନସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେବାକୁ ଯାଇ ଗ୍ରାମରେ କିପରି ଅଧିକରୁ ଅଧିକ ଲୋକ ବାସ କରିବେ, ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଗ୍ରାମରେ ଖାଲି ପଡ଼ିଥିବା ଘରକୁ ମାତ୍ର ୧ ୟୁରୋ ଅର୍ଥାତ ୮୦ ଟଙ୍କାରେ ଦିଆଯାଉଛି । ବିଦେଶୀମାନଙ୍କୁ ମଧ୍ୟ ଗ୍ରାମରେ ରହିବାର ସୁଯୋଗ ଦିଆଯିବା ବିଷୟ ସେମାନେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଏବେ ଗ୍ରାମକୁ ଅଧିକରୁ ଅଧିକ ଲୋକଙ୍କ ଆଗମନ ଦେଖିବାକୁ ମିଳିଲାଣି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*