୮ରେ ବାଣୀବିହାର ଆସୁଛନ୍ତି ରାଷ୍ଟ୍ରପତି ବଳିଷ୍ଠ ନେତୃତ୍ୱ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଇପାରିବ ବିଶ୍ୱସ୍ତରୀୟ ମାନ୍ୟତା : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶାର ସର୍ବ ପୂରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୭୫ ବର୍ଷ ପୂରଣ ହୋଇଛି । ଶନିବାର ଏହାର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଉତ୍ସବର ଦ୍ୱିତୀୟ ଦିନରେ କେନ୍ଦ୍ର ପେଟ୍ରୋଲିମ୍‌ ମନ୍ତ୍ରୀ ତଥା ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ମହନୀୟତାକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରର ମାନ୍ୟତା ଦେବା ନିମନ୍ତେ ସମ୍ମିଳିତ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ସବରେ କହିଛନ୍ତି ।
ଓଡ଼ିଶାର ଏହି ପୂର୍ବତନ ବିଶ୍ୱବିଦ୍ୟାଳୟ ଅନେକ ଛାତ୍ରଙ୍କୁ ଦେଶର ପ୍ରମୁଖ ସ୍ଥାନରେ ପହଞ୍ଚାଇ ଦେଇଛି । ଦିନେ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କଲା ବେଳେ ଭାବିନଥିଲି ଦିନେ ମୁଁ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିବି । ଏହି ବିଶ୍ୱବିଦ୍ୟାଳୟର ଶିକ୍ଷା ଓ ଶୃଙ୍ଖଳିତ ବ୍ୟବସ୍ଥା ମୋ ଭଳି ଅନେକଙ୍କୁ ସମାଜର ପ୍ରମୁଖ ସ୍ଥାନରେ ବସିବାକୁ ସୁଯୋଗ ଦେଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ କିଭଳି ପ୍ରଥମ ହୋଇପାରିବ ତାହା ପ୍ଲାଟିନମ୍‌ ଉତ୍ସବର ମୁଖ୍ୟ ଉଦେ୍ଦଶ୍ୟ ହେଉ । ବିଜୁ ବାବୁଙ୍କ ସ୍ୱପ୍ନର ରାଜ୍ୟରେ ଏହି ସ୍ୱପ୍ନର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏହାର ଉତ୍ତରୋତର ଉନ୍ନତି ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଭାବେ ଏବେ ଉପସ୍ଥିତ ହୋଇଛି ।
ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ସହିତ ଅଧିକ ବିଭାଗରେ ପାଠ୍ୟକ୍ରମ ପ୍ରଚଳନ ଓ ଶୃଙ୍ଖଳିତ ବାତାବରଣ ମଧ୍ୟରେ ଏହାର ସୁନାମ ବଜାୟ ରଖିବା ଆମମାନଙ୍କର ପରମ କର୍ତ୍ତବ୍ୟ ହେବ । କାର୍ଯ୍ୟକ୍ରମରେ ଉପସ୍ଥିତ ପୁରାତନ ଛାତ୍ରମାନଙ୍କୁ ଆହ୍ୱାନ ଦେଇ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ବ୍ୟକ୍ତିଗତ ସହଯୋଗ କାମନା କରିଥିଲେ । ବିଶ୍ୱବିଦ୍ୟାଳୟର ପରିଚାଳନା ଓ ଭିତ୍ତିଭୂମିର ବିକାଶ ପାଇଁ ସମସ୍ତେ କିଛି ସହଯୋଗ କରିବା ଦରକାର । ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ପାଇଁ ଏକ ଆଲିମୁ୍ୟନ ପାଣ୍ଠି ଗଠନ ପାଇଁ ଉଦ୍ୟମ ହେଉ । ଏହି ପାଣ୍ଠିକୁ ମୋର ଗୋଟିଏ ବର୍ଷର ଦରମା ପ୍ରଦାନ କରିବାକୁ ଘୋଷଣା କରୁଛି । କୂଳପତି ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ସମ୍ମିଳିତ ଉଦ୍ୟମ ଦ୍ୱାରା ଏହି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠତା ହାସଲ କରିପାରିବ । ବଳିଷ୍ଠ ନେତୃତ୍ୱ ଜରିଆରେ ଆମେ ଏହି ଲକ୍ଷ୍ୟରେ ପହଞ୍ଚô ପାରିବ । ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି ବୋଲି ଧର୍ମେନ୍ଦ୍ର କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହାର ଉନ୍ନତି ପାଇଁ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି । ଏହି ଅନୁଦାନ ଯଦି ଅଣାଯାଇପାରିବ ତେବେ ମୁଁ ୧୦୧ କୋଟିର ଅନୁଦାନ କେନ୍ଦ୍ରରୁ ଆଣିବାକୁ ଉଦ୍ୟମ କରିବି । ମିଳିତ ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ପ୍ରତିଷ୍ଠିତ କରାଇବା ଆମମାନଙ୍କର ଲକ୍ଷ୍ୟ ହେବା ଉଚିତ । ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ଦେଶର ଅନ୍ୟ ଶିକ୍ଷାନୁଷ୍ଠାନଠାରୁ ଢେର ଆଗରେ ରହିଛି ।
ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଉକ୍ରଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏ ଗୌରମୟ ଇତିହାସ ବୋଲି ଦର୍ଶାଇ ରାଜ୍ୟ ସରକାର ଏଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଥିବା କହିଥିଲେ । ବିଶ୍ୱବିଦ୍ୟାଳୟକୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ମାନ୍ୟତା ମିଳିସାରିଛି । ପ୍ଳାଟିନମ୍‌ ଜୁବୁଲି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆସରିଛି । ଆସନ୍ତା ଡିସେମ୍ବର ୮ ତାରିଖ ଦିନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଣୀବିହାର ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବରିଷ୍ଠ ବ୍ୟକ୍ତିମାନେ ଏଥିରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସମସ୍ତଙ୍କୁ ଉତ୍ସାହିତ କରିଛି । ଆସନ୍ତା ଦିନରେ ଏହି ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ସ୍ଥାନରେ ପହଞ୍ଚô ପାରିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି । ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫ୍ଲୁଲ ଘଡ଼େଇ, ପଞ୍ଚାନନ କାନୁନ୍‌ଗୋ, ପ୍ରସାଦ ହରିଚନ୍ଦନ, ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ବିଶ୍ୱବିଦ୍ୟାଳୟ ବିକାଶ ନେଇ ମତ ରଖିଥିଲେ ।
ଇଂରାଜି ପରିପାଟିକୁ ନେଇ ଅସନ୍ତୋଷ
ଉକ୍ରଳ ବିଶ୍ୱବିଦ୍ୟାଳୟ ତାର ୭୫ତମ ପ୍ରତିଷ୍ଠା ଦିବସକୁ ପ୍ଲାଟିନମ୍‌ ଜୁବୁଲି ଭାବେ ପାଳନ କରୁଥିବା ବେଳେ କାର୍ଯ୍ୟକ୍ରମର ପରିପାଟିକୁ ନେଇ ବୁଦ୍ଧିଜୀବୀ ମହଲ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଓଡ଼ିଆ ଭାଷାକୁ କୌଣସିଠାରେ ବ୍ୟବହାର କରାଯାଇ ନାହିଁ । ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି ସଭା ମଞ୍ଚ ପର୍ଯ୍ୟନ୍ତ ସବୁ ସ୍ଥାନରେ ଇଂରାଜୀ ଭାଷାରେ ସୂଚନା ଫଳକ ଲଗାଯାଇଛି । ଓଡ଼ିଶାର ଏହି ଗୌରବମୟ ବିଶ୍ୱବିଦ୍ୟାଳୟର ଏହି ଆକର୍ଷଣୀୟ କାଯ୍ୟକ୍ରମରେ ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ନଥିବାରୁ ବୁଦ୍ଧିଜୀବୀ ମହଲ ଏହାକୁ ନିନ୍ଦା କରିଛନ୍ତି । ଇଂରାଜୀରେ ସୂଚନା ଫଳକ ଚାରିଆଡ଼େ ଲଗାଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦ୍‌ଘାଟନ ଭାଷଣରେ ଓଡ଼ିଆ ଶବ୍ଦ ବ୍ୟବହାର କରିନାହାନ୍ତି ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡ଼ିଆକୁ ସମାଧି ଦିଆଯାଇଛି । ମାତୃଭାଷା ପ୍ରତି ମମତା ନଥାଇ ପାଳନ ହେଉଥିବା କାର୍ଯ୍ୟକ୍ରମ ସମସ୍ତଙ୍କୁ ନିରୁତ୍ସାହିତ କରିଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*