୮ରେ ପଶ୍ଚିମ ଓଡ଼ିଶାରେ ୨ସଭାରେ ଯୋଗଦେବେ ରାହୁଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଫେବୃଆରୀ ୮ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ୨ଟି ସାଧାରଣ ସଭାକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶୁକ୍ରବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି । ରାହୁଳ ଗାନ୍ଧୀଙ୍କ ଏହି ଦିନିକିଆ ଗସ୍ତ ସମୟରେ କୋରାପୁଟର ଜୟପୁର ଏବଂ ବରଗଡ଼ଠାରେ ସାଧାରଣ ସଭାରେ ଦଳିୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ରାହୁଳଙ୍କ ଏହି ଦୁଇଟିଯାକ ସଭାରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରୁ କଂଗ୍ରେସ କର୍ମୀମାନେ ଏକଜୁଟ ହେବେ ବୋଲି ବାହିନୀପତି କହିଛନ୍ତି । ୮ତାରିଖ ଦିନ ୧୧ଟା ସମୟରେ କୋରାପୁଟର ଜୟପୁରଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସାରି ପରେ ବରଗଡ଼ ଗସ୍ତରେ ଯିବେ ବୋଲି ଗସ୍ତକ୍ରମରୁ ଜଣାପଡ଼ିଥିବା ତାରା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*