୮ବର୍ଷର ଝିଅ ପେଟରୁ ବାହାରିଲା ଦେଢ କିଲୋର ଚୁଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଜିଂ
ବାପା-ମାଆ ସବୁବେଳେ ନିଜ ପିଲାଙ୍କ ଉପରେ ନଜର ରଖିଥାନ୍ତି । ହେଲେ ଅନେକ ସମୟରେ ପିଲାମାନଙ୍କର ଛୋଟଛୋଟ ଭୁଲ୍‌ ପରିବାକୁ ହିଁ ଭୋଗିବାକୁ ପଡିଥାଏ । ଏପରି ଏକ ଘଟଣା ଚୀନରେ ଦେଖିବାକୁ ମିଳିଛି । ଚୀନର ଏକ ୮ବର୍ଷର ଝିଅର ପେଟରେ ଭୟଙ୍କର ଯନ୍ତ୍ରଣା ହେଉଥିଲା । ନିୟମିତ ବାନ୍ତି ମଧ୍ୟ ହେଉଥିଲା । ଯେତେବେଳେ ମେଡିକାଲ ରିପୋର୍ଟ ଆସିଲା ସେତେବେଳେ ସମସ୍ତେ ଚକିତ ହୋଇପଡିଥିଲେ । କାରଣ ପେଟ ଭିତରେ ଥିଲା ଚୁଟିର ଏକ ଗୋଲାକାର ବଲ୍‌ । ଅପରେସନ୍‌ ପରେ ଏହାକୁ କଢାଯିବାରୁ ଜଣାପଡିଥିଲା ଯେ, ଏହି ଚୁଟିଗୋଚ୍ଛାର ଓଜନ ଦେଢ କିଲୋଗ୍ରାମ । ଡାକ୍ତରମାନେ ଯେତେବେଳେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚାରିଥିଲେ ସେତେବେଳେ ଜଣାପଡିଥିଲା ଶିଶୁଟି ଦୁଇବର୍ଷରୁ ଚୁଟି ଖାଇବାର ଏକ ଖରାପ ଅଭ୍ୟାସରେ ପଡିଯାଇଥିଲା । ଯଦିଓ ବର୍ଷେ ଧରି ସେ ଏହା ଆଉ ଖାଉ ନଥିଲା ତଥାପି ସେତେବେଳକୁ ଅଧିକ ବିଳମ୍ବ ହୋଇଯାଇଥିଲା । ଏବେ ଡାକ୍ତରମାନେ ପରିବାର ଲୋକଙ୍କୁ ପିଲାଟିର ଖାଇବା ପିଇବା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*