୭କୋଟି ବ୍ୟବସାୟୀ ବନ୍ଦ ରଖିବେ ଦୋକାନ : ସିଏଆଇଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ମାର୍ଚ୍ଚ ୨୨ରେ ରବିବାର ଜନତା କର୍ଫୁ୍ୟ ଅନୁରୋଧକୁ ଦେଶବ୍ୟାପୀ ଦେଇଛନ୍ତି ସମର୍ଥନ । ବ୍ୟବସାୟୀମାନଙ୍କ ଶୀର୍ଷ ସଂଗଠନ କନ୍‌ଫେଡେରେସନ ଅଫ୍‌ ଅଲ୍‌ ଇନ୍ଦିଆ ଟ୍ରେଡର୍ସ (ସିଏଆଇଟି) ଶୁକ୍ରବାର କହିଛି ଯେ, ଦେଶର ୭କୋଟି ବ୍ୟବସାୟୀ ନିଜ ବ୍ୟବସାୟୀକ ପ୍ରତିଷ୍ଠାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖି ଜନତା କର୍ଫୁ୍ୟରେ ସାମିଲ ହେବେ । ରବିବାର ଦେଶବ୍ୟାପୀ କୌଣସି କାରବାର ହେବ ନାହିଁ । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ପାଖାପାଖି ୪୦କୋଟି କର୍ମଚାରୀ ଏହି ଦିନ ନିଜ ଘରେ ରହିବେ । ଦେଶର ପାଖାପାଖି ୪୦ ହଜାରରୁ ଅଧିକ ବ୍ୟବସାୟୀକ ସଂଗଠନ ଏହି ଅଭିଯାନରେ ସାମିଲ ହେବେ ।
ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିସି ଭାରତୀୟ ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖନେ୍ଦଲୱାଲ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ୟମ କରୋନା ଭାଇରସ ବିପଦ ଯେପରି ବ୍ୟାପକ ରୂପ ନନିଏ ତାକୁ ରୋକିବା ପାଇଁ ଏକ ସଫଳ ପ୍ରସ୍ତାବ । ଏହା ଅତ୍ୟନ୍ତ ଜରୁରୀ ଅଟେ । ଗୋଟିଏ ପଟେ ବ୍ୟବସାୟୀମାନେ ଜନତା କର୍ଫୁ୍ୟରେ ସାମିଲ ହେବେ, ଅନ୍ୟପଟେ ପରିବହନକାରୀ ଲଘୁ ଉଦ୍ୟୋଗ, ଖବରଦାତା ବିତରକ, ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ସଂଗଠନ ମାନଙ୍କ ସହ ମଧ୍ୟ ଆମେ ଆଲୋଚନା କରୁଛୁ ଏବଂ ସେମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ପ୍ରବର୍ତ୍ତାଉଛୁ । ଦିଲ୍ଲୀର ପାଖାପାଖି ୧୫ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଦୋକାନ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି ।
ଖନେ୍ଦଲୱାଲ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଯୋଗାଣ ଧାରାରେ ପ୍ରଚୁର ମାତ୍ରାର ସାମଗ୍ରୀ ଉପଲବ୍ଧ ଅଛି । ତେଣୁ ଲୋକଙ୍କୁ ଭୟଭିତ ହୋଇ ସାମଗ୍ରୀ କ୍ରୟ କରିବାର ଆବଶ୍ୟକତା ନାହିଁ । ଯଦି ଲୋକେ ଏପରି କ୍ରୟଧାରା ଆରମ୍ଭ କରନ୍ତି ତେବେ ଯୋଗାଣ ଧାରା ପ୍ରଭାବିତ ହେବ ଏବଂ ବଜାରରୁ ସାମଗ୍ରୀ ଶେଷ ହେବ । ତେଣୁ ଆମେ ଆମର ସମସ୍ତ ବ୍ୟବସାୟୀମାନଙ୍କୁ ଏହି ପରାମର୍ଶ ପଠାଇଛୁ ଯେ, ସେମାନେ ଯଦି କୌଣସି ବ୍ୟକ୍ତି ଅଧିକ ସାମଗ୍ରୀ କ୍ରୟ କରୁଥିବାରୁ ଦେଖନ୍ତି ତେବେ ସେମାନଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଏହା ନକରିବା ପାଇଁ ଅନୁରୋଧ କରନ୍ତୁ । ବର୍ତ୍ତମାନ ସମୟ ବ୍ୟକ୍ତିଗତ ଲାଭ ହାସଲର ନୁହେଁ । କାରଣ ଦେଶ ଏକ ବଡ ମହାମାରୀ ସହ ଲଢ଼େଇ କରୁଛି । ତେଣୁ ଆମ ସମସ୍ତଙ୍କୁ ଆମ ଭୂମିକାକୁ ତୁଲାଇବାକୁ ହେବ । ଦେଶ ପାଇଁ ଏହା ଅତ୍ୟନ୍ତ ଜରୁରୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*