୬୬ତମ ନିଖିଳ ଭାରତ ସମବାୟ ସପ୍ତାହ ରାଜ୍ୟସ୍ତରୀୟ ପତାକା ଉତୋଳନ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟର ୬୬ତମ ନିଖିଳ ଭାରତ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ସମବାୟ ପତାକା ଉତୋଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଉତ୍ସବକୁ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ହେମନ୍ତ ନାୟକ ସଭାପତିତ୍ୱ କରିଥିଲେ । ମନ୍ତ୍ରୀ ଆମ ସମବାୟ ଆନେ୍ଦାଳନର ବିକାଶ ଏବଂ ସମବାୟ ସପ୍ତାହର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ଆଇଏଏସ୍, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିଦେ୍ର୍ଦଶକ ବିରେନ୍ଦ୍ର କୁମାର ଜେନା ଓମଫେଡ୍ ସଭାନେତ୍ରୀ ସରୋଜିନୀ ମିଶ୍ର, ଓସକାର୍ଡ ବ୍ୟାଙ୍କର ସଭାପତି ଯୋଗେନ୍ଦ୍ର ସ୍ୱାଇଁ, ଏସିଏସଟି ସମବାୟ ଅର୍ଥ ନିଗମର ସଭାପତି ବାବାଜୀ ଚରଣ ବେହେରା, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ପରିଚାଳନା ପରିଷଦ ଉପ-ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା, ସଭ୍ୟ ମାନସ କୁମାର ଜେନା, ରବିନ୍ଦ୍ର ନାଥ ରାଉତ, ଗୀତାରାଣୀ ନାୟକ, ସରୋଜିନି ଚକ୍ର, ଚିତ୍ରସେନ ନିଶଙ୍କ ସଂପାଦକ ମନୋରଞ୍ଜନ ନାୟକ ଓ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୬୬ତମ ସମବାୟ ସପ୍ତାହ ମାର୍ଗଦର୍ଶିକାକୁ ସମବାୟ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*