୬୨ ବର୍ଷର ମାଈ ଅଜଗର ବିନା ପାର୍ଟନରରେ ଦେଲା ୭ଟି ଅଣ୍ଡା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମିସୋରୀ
ଆମେରିକାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଏଠାକାର ମିସୋରୀର ସେଣ୍ଟ ଲୁଇସ୍‌ ଚିଡ଼ିଆଖାନାରେ ଥିବା ଏକ ୬୨ ବର୍ଷର ମାଈ ଅଜଗର ୭ଟି ଅନ୍ଦା ଦେଇଛି । ତେବେ ବିନା କୌଣସି ପାର୍ଟନରରେ ସେ ଏହି ଅନ୍ଦା ଦେଇଥିବାରୁ ଚର୍ଚ୍ଚାର ପରିସରକୁ ଆସିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ, ଦୀର୍ଘ ୨୦ ବର୍ଷ ହେବ ଏହି ବଲ ପାଇଥନ୍‌ ପ୍ରଜାତିର ଅଜଗର ସାପଟି କୌଣସି ଅନ୍ଦିରା ଅଜଗର ସାପ ସଂସ୍ପର୍ଶରେ ଆସିନଥିଲା । ବଲ୍‌ ପାଇଥନ୍‌ ପ୍ରଜାତିର ଏହି ସାପ ୬ ବର୍ଷ ବୟସରୁ ଅନ୍ଦା ଦେବାକୁ ସକ୍ଷମ ଥିବା ବେଳେ ୬୦ ବର୍ଷ ପୂର୍ବରୁ ଅନ୍ଦା ଦେବା ବନ୍ଦ କରିଦିଅନ୍ତି । କିନ୍ତୁ ଏହି ସାପଟିର ବୟସ ୬୨ ବର୍ଷ ଅଟେ । ରିପୋର୍ଟ ମୁତାବକ, ଚିଡ଼ିଆଖାନାର ହିର୍ପିଟୋଲୋଜି ଡିପାର୍ଟମେଣ୍ଟର ମ୍ୟାନେଜର ମାର୍କ ଭେନର କହିଛନ୍ତି ଯେ, ଏଭଳି ଘଟଣା ହେବା ରେୟାର କିନ୍ତୁ ଅସମ୍ଭବ ବିଲ କୁଲ ବି ନୁହେଁ । କାରଣ ଏହି ପ୍ରଜାତିର ସାପଙ୍କ ଠାରେ ଏଭଳି ପୂର୍ବରୁ ମଧ୍ୟ ବିନା ପାର୍ଟନରରେ ଏମାନେ ଅନ୍ଦା ଦେଉଥିବା ଦେଖିବାକୁ ମିଳିଛି । ଏହି ପ୍ରଜାତିର ସାପ ସ୍ପର୍ମ ବା ଶୁକ୍ରାଣକୁ ବର୍ଷେ ପର୍ଯ୍ୟନ୍ତ ଶରୀରରେ ଗଚ୍ଛିତ କରି ରଖିପାରନ୍ତି । ତେବେ ଏଠାରେ ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ସାପଟିକୁ ୧୯୬୧ରେ ଚିଡ଼ିଆଖାନାରେ ଅଣାଯାଇଥିବା ବେଳେ ଏପର୍ଯ୍ୟନ୍ତ ସେ ଦୁଇଥର ଅନ୍ଦା ଦେଇଥିବା ଜଣାପଡ଼ିଛି । ତେବେ ସାତଟି ଅନ୍ଦା ମଧ୍ୟରୁ ଦୁଇଟି ଅନ୍ଦାକୁ ପରୀକ୍ଷଣ ଲାଗି ପଠାଯାଇଥିବା ଜଣାପଡ଼ିଛି । ଏହା ମାଧ୍ୟମରେ ପ୍ରଜନନ କେଉଁ ପାର୍ଟନର ସଂସ୍ପର୍ଶରେ ଆସିବାରେ ହେଲା ସେ ସମ୍ପର୍କରେ ଜଣାଯାଇପାରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*