୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟଧାର୍ଯ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଧାମନଗର

ଧାମନଗର ପଞ୍ଚାୟତ ସମିତି ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କ ସଭାପତିତ୍ୱରେ ବିଧାୟକ ବିଷ୍ଣୁ ସେଠୀ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଉପାଧ୍ୟକ୍ଷା ବିଳାସିନୀ ଘୋଷ, ସାଂସଦ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ, ଡିଏସଏ ଅମର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗାରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦ ଦିନର ଶ୍ରମ ଦିବସକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଅଙ୍ଗନୱାଡି ଗୃହ ଓ ନୂଆ ପଞ୍ଚାୟତ ଗୃହ ହାତକୁ ନିଆଯାଇ ମୋଟ ୨୬୬.୮୬ ଲକ୍ଷ ଖର୍ଚ୍ଚ ହୋଇଛି । ସାମାଜିକ ସମୀକ୍ଷା ସମୟରେ ଭିଆରପିମାନଙ୍କ ଦ୍ୱାରା ମନରେଗା ଏବଂ ଜାତୀୟ ସହାୟତା କାର୍ଯ୍ୟକ୍ରମ କାଗଜପତ୍ର ପଞ୍ଚାୟତସ୍ତରରେ ଯାଞ୍ଚ କରାଯାଇଥିଲା । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଧାମନଗର ପଞ୍ଚାୟତ ସମିତି ପାଇଁ ୨ଲକ୍ଷ ୫୦ ହଜାର ଶ୍ରମ ଦିବସ ସୃଷ୍ଟି କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ସେଥିମଧ୍ୟରୁ ୬୫ ହଜାର ୨୪୭ ଶ୍ରମ ଦିବସ ସୃଷ୍ଟି କରାଯାଇ ୨୬୬.୮୭ ଲକ୍ଷ ଖର୍ଚ୍ଚ କରାଯାଇଛି । ଦଳାଙ୍ଗ ପଞ୍ଚାୟତରେ ବ୍ଲକର ସର୍ବାଧିକ ୩୦୭୮ ଶ୍ରମ ଦିବସ ସୃଷ୍ଟି କରି ୨୩.୧୫ ଲକ୍ଷ ଖର୍ଚ୍ଚ କରାଯାଇଥିବା ବେଳେ ଦୋବଲ ପଞ୍ଚାୟତ ୧୨୩୨ ଶ୍ରମ ଦିବସ ସୃଷ୍ଟି କରାଯାଇ ୦.୭୬ ଲକ୍ଷ ଖର୍ଚ୍ଚ କରାଯାଇ ସର୍ବନିମ୍ନ ସ୍ଥାନରେ ରହିଥିବା ବିଡିଓ ଶ୍ରୀ ମୁର୍ମୁ ପ୍ରକାଶ କରିଥିଲେ । ଚଳିତ ବର୍ଷ ୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଏହି ବୈଠକରେ ଏପିଇଓ ପିୟୁଷ ରଂଜନ ସାମଲ ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*