୫ ଲକ୍ଷ ଟଙ୍କା ଲୁଟ୍ ଘଟଣା ୪ ଗିରଫ, ୭୮ ହଜାର ଟଙ୍କା ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଜଗତପୁର ଥାନା ପୁଲିସ ଏକ ଲୁଟ ଘଟଣାରେ ଫେରାର ଥିବା ୪ ଜଣ ଲୁଟେରାଙ୍କୁ ରବିବାର ଗିରଫ କରିଛି । ଗିରଫ ଲୁଟେରାଙ୍କ ନିକଟରୁ ଲୁଟର ଟଙ୍କାକୁ ଜବତ କରାଯାଇଛି । ପୂର୍ବରୁ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଭଗତପୁର ମୁସଲିମସାହିର ସହିଦ ଖାନ(୩୮), ମହମ୍ମଦ ଜସିମ୍(୩୩), ବେହେରାସାହିର ବନମାଳୀ ବେହେରା ଓରଫ ବାନା(୨୮) ଓ ନାଥସାହିର ସତ୍ୟଜିତ ନାଥ ଓରଫ ମିଟୁ(୨୩) । ସେମାନଙ୍କଠାରୁ ୭୮ ହଜାର ୫୨୦ ଟଙ୍କା, ଗୋଟିଏ ସ୍କୁଟି, ଗୋଟିଏ ପଲସର ମଟରସାଇକେଲ, ଗୋଟିଏ ହିରୋ ମାଷ୍ଟ୍ରୋ ଏବଂ ୪ଟି ମୋବାଇଲ ଫୋନ ଜବତ କରାଯାଇଛି । ଏହି ଘଟଣାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ମହିଳା କାଫଲାବଜାର ପ୍ରଧାନ ସାହିର ଜୋହରା ବିବି(୫୩) ଓ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାରର ସେକ୍ ଇରସାଦ୍ ମହମ୍ମଦ(୨୪)ଙ୍କୁ ଗତ ୧୫ ତାରିଖରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କଠାରୁ ୨୦ ହାଜାର ୯୭୦ ଟଙ୍କା, ୩ଟି ମୋବାଇଲ ଫୋନ ଓ ମହିଳାଙ୍କ ପାସ୍ପୋର୍ଟ ଜବତ କରାଯାଇଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ, ଗତ ୬ ତାରିଖ ମଧ୍ୟାହ୍ନ ପ୍ରାୟ ସାଢେ ୧୨ଘଟିକା ସମୟରେ ଟାଙ୍ଗି ଅଂଚଳର ସଫା, ଭଗତପୁର ଆଦି ଅଂଚଳରେ ଥିବା ମଦ ଦୋକାନରୁ ଟଙ୍କା ନେଇ ସଫାର ଜ୍ଞାନେନ୍ଦ୍ର ବେହେରା ଓ ସଂଜୟ ଜେନା କଟକ ଆସୁଥିବା ବେଳେ ଜଗତପୁର ଆଇବି ନିକଟରେ ପଛରୁ ଏକ ବାଇକରେ ଦୁର୍ବୃତ୍ତମାନେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୫ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ଛଡାଇ ଫେରାର ହୋଇଯାଇଥିଲେ । ସଂଜୟ ଓ ଜ୍ଞାନେନ୍ଦ୍ର ଆହତ ହୋଇ ଜଗତପୁରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଇରସାଦ୍ର ସମ୍ପୃକ୍ତି ଜଣାପଡିବା ପରେ ପୁଲିସ ତାକୁ କବ୍ଜାକୁ ଆଣିବା ସହ ଜୋହରା ବିବି ଲୁଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଓ ଲୁଟ୍ ଟଙ୍କା ୬ ଜଣ ବାଣ୍ଟି ନେଇଥିବା ଜଣାପଡିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*