୫୯ହଜାର କୋଟି ଟଙ୍କା ଆଦାୟ କରିପାରିଲେନି, ଆଣୁଛନ୍ତି ଫୋନ୍‌ ଖଣି ବେପାରୀଙ୍କ ଫୋନ୍‌ କର୍ମୀଙ୍କୁ ବାଣ୍ଟୁଛି ବିଜଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଏବେ ପ୍ରତି ନିର୍ବାଚନମନ୍ଦଳୀରେ ମୋବାଇଲ ବାଣ୍ଟୁଛି ବିଜୁ ଜନତା ଦଳ । ଏହି ମୋବାଇଲ ଯୋଗାଇ ଦେଇଛନ୍ତି ଓଡ଼ିଶାରେ ଖଣି ଲୁଟ୍‌ରେ ଅଭିଯୁକ୍ତ କମ୍ପାନୀଗୁଡ଼ିକ । ଯେଉଁସବୁ ଖଣି କମ୍ପାନୀଗୁଡ଼ିକ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲେ ନବୀନ ସରକାର, ସେହିସବୁ କମ୍ପାନୀ ବିଜୁ ଜନତା ଦଳକୁ ନିର୍ବାଚନ ବୈତରଣୀ ପାର୍‌ କରାଇବା ଲାଗି କୋଟି କୋଟି ଟଙ୍କାର ମୋବାଇଲ୍‌ ଦେଉଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୋଧହୁଏ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି । କାଳିଆ ପରି ଗେମ୍‌ ଚେଞ୍ଜର୍‌ ଯୋଜନା ମଧ୍ୟ ତାଙ୍କୁ ବିଜୟର ଆଶ୍ୱାସନା ଦେଇପାରୁ ନାହିଁ । ତେଣୁ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ସେ । କିନ୍ତୁ ସମସ୍ୟା ହେଉଛି, ଯେଉଁ କମ୍ପାନୀଗୁଡ଼ିକ ଲୁଟେରା ବୋଲି ନିଜେ ସରକାର ଅଭିଯୋଗ କରିଥିଲେ, ସେଇମାନଙ୍କୁ ପୁଣି ଏକ ବୃହତ୍ତ ଲାଞ୍ଚ କାରବାରରେ ସାମିଲ କରିବା ଯଥାର୍ଥ କି ନୁହେଁ, ତାହା ବିଚାର କରିବାର ସମୟ ଆସିଛି । ଭୋଟରମାନଙ୍କୁ ଏବେ ଦାମିକା ସ୍ମାର୍ଟ ଫୋନ୍‌ ଲାଞ୍ଚ ଆକାରରେ ଦେଉଛି ବିଜୁ ଜନତା ଦଳ ।
ଫୋନ୍‌ କିଣିଛନ୍ତି ଖଣି କମ୍ପାନୀଗୁଡ଼ିକ । ହସ୍ତାନ୍ତର କରିଛନ୍ତି ସରକାରୀ ଅଧିକାରୀଙ୍କୁ । ବାଣ୍ଟୁଛି ବିଜୁ ଜନତା ଦଳ । ଆଉ ବାଣ୍ଟିବାର ନେତୃତ୍ୱ ନେଉଛନ୍ତି ବିଜଦ ବିଧାୟକ କିମ୍ବା ନେତା । ଅର୍ଥାତ୍‌ ଏଭଳି ଲାଞ୍ଚ କାରବାରରେ ଖଣି ବେପାରୀ, ସରକାରୀ ଅଧିକାରୀ ଏବଂ ଶାସକ ଦଳର ନେତାମାନେ ସମ୍ପୂର୍ଣ୍ଣ ଜଡ଼ିତ । ଯଦି ମୁଖ୍ୟମନ୍ତ୍ରୀ ଏତେ ଲୋକପି୍ରୟ, ଏତେ ଯୋଜନା ପରେ ମଧ୍ୟ ଖଣି ବେପାରୀଙ୍କ ମୋବାଇଲ୍‌ ଉପରେ ଭରସା କାହିଁକି?

କାହା ପଇସା? କାହାକୁ ଦିଆଯାଉଛି? ଏହାଦ୍ୱାରା ଲାଭ କାହାର ହେବ?
ଏଠାରେ ଦୁଇଟି ଉଦାହରଣ ଦିଆଯାଇପାରେ । ବଲାଙ୍ଗୀରର ପାଟନାଗଡ଼ ନିର୍ବାଚନମନ୍ଦଳୀରେ ମୋବାଇଲ ଫୋନ୍‌ ବାଣ୍ଟିବା ପାଇଁ ଖଣି ବେପାରୀ ସିରାଜୁଦ୍ଦିନ୍‌ ଆନ୍ଦ କୋ. ରିଲାଏନ୍ସ ରିଟେଲ୍‌ ଲିଃ.ରୁ କିଣିଛି ୧୨୪୩ଟି ମୋବାଇଲ । ଏହାର ଦାମ୍‌ ହେଉଛି ୧୦ଲକ୍ଷ ୮୦ ହଜାର ଟଙ୍କାରୁ ଅଧିକ । ଏହି ମୋବାଇଲ୍‌ଗୁଡ଼ିକୁ ସିରାଜୁଦ୍ଦିନ୍‌ କମ୍ପାନୀର ଏନ୍‌.ସୁରଜଙ୍କ ଠାରୁ ଗ୍ରହଣ କରିଛନ୍ତି ପାଟନାଗଡ଼ ପଞ୍ଚାୟତ ସମିତିର ପ୍ରୋଗ୍ରେସ୍‌ ଆସିଷ୍ଟାଣ୍ଟ । ଏହା ଲୋକଙ୍କୁ ବାଣ୍ଟିଛି ବିଜୁ ଜନତା ଦଳ ।
ଜଣେ ସଞ୍ଜୟ କୁମାର ରାଉତ ତି୍ରବେଣୀ ଆର୍ଥମୁଭର୍ସ ପ୍ରା.ଲିଃ ପକ୍ଷରୁ ରେମୁଣା ପାଇଁ ରିଲାଏନ୍ସ ରିଟେଲ୍‌ରୁ କିଣିଛନ୍ତି ୧୬୮୦ଟି ମୋବାଇଲ୍‌ । ଏହାର ଦାମ୍‌ ହେଉଛି ୨୫ଲକ୍ଷ ୨୦ହଜାର ଟଙ୍କା । ଏହାକୁ ରେମୁଣାର ସରକାରୀ କର୍ମଚାରୀ ଗ୍ରହଣ ମଧ୍ୟ କରିଛନ୍ତି ।
ସିରାଜୁଦ୍ଦିନ୍‌ ଓ ତି୍ରବେଣୀ କମ୍ପାନୀ ଛଡ଼ା ଆହୁରି ଅନେକ ବିବାଦୀୟ ଖଣି କମ୍ପାନୀ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ଲାଗି ଏଭଳି ମେହେରବାନ୍‌ ହୋଇ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ୍‌ କିଣିଛନ୍ତି । ଯଦି ହାରାହାରି ୧୦ ଲକ୍ଷ ଟଙ୍କା ଗୋଟିଏ ଗୋଟିଏ ଆସନ ସକାଶେ ମୋବାଇଲ୍‌ କିଣା ବାବଦକୁ ଖର୍ଚ୍ଚ ହେଉଛି, ତାହାଲେ ୧୪୭ଟି ବିଧାନସଭା ଆସନ ପାଇଁ ଆନୁମାନିକ ୧୪.୭୦ କୋଟି ଟଙ୍କା ଖର୍ଚ୍ଚ କରିବେ ଏହି ଖଣି କମ୍ପାନୀଗୁଡ଼ିକ । କେଉଁ ଲାଭରେ ବା କେଉଁ ଉଦେ୍ଦଶ୍ୟରେ?
ଏହି ଖଣି କମ୍ପାନୀଗୁଡ଼ିକ ବିରୋଧରେ ୨୦୦୯ ମସିହାରେ ଭିଜିଲାନ୍ସ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ ସରକାର । ୨୦୧୧ ମସିହାରେ ଭିଜିଲାନ୍ସ ଇନ୍ଦ୍ରାଣୀ, ସିରାଜୁଦ୍ଦିନ୍‌, ରୁଙ୍ଗ୍‌ଟା, ଏସ୍‌ଏନ୍‌ ଦାସମହାପାତ୍ର ଏବଂ ବିଡି ପଟନାୟକ ଖଣି କମ୍ପାନୀ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା । ରୁଙ୍ଗ୍‌ଟା, ସିରାଜୁଦ୍ଦିନ୍‌ ଏବଂ ଇନ୍ଦ୍ରାଣୀ ଖଣିରେ ଉତ୍ତୋଳନ କାର୍ଯ୍ୟରେ ଜଡ଼ିତ ତି୍ରବେଣୀ ଆର୍ଥମୁଭର୍ସକୁ ମଧ୍ୟ ଭିଜିଲାନ୍ସ ମାମଲାରେ ସଂଶ୍ଳିଷ୍ଟ କରିଥିଲେ ସରକାର । ଅର୍ଥାତ୍‌ ଏହି କମ୍ପାନୀଗୁଡ଼ିକ ଲୁଟେରା ବୋଲି ସରକାର ସ୍ୱୀକାର କରିଥିଲେ । ଏପରି କି ତକ୍ରାଳୀନ ଖଣି ମନ୍ତ୍ରୀ ରଜନୀକାନ୍ତ ସିଂହ ବିଧାନସଭାରେ ଏହି କମ୍ପାନୀଗୁଡ଼ିକ ବିପୁଳ ଅର୍ଥ ଠକିଥିବା ପ୍ରକାଶ କରିଥିଲେ ।
ଜଷ୍ଟିସ୍‌ ଏମ୍‌ବି ଶାହା କମିଶନ ତଦନ୍ତ ପାଇଁ ଆସିବା ଆଗରୁ ନବୀନ ସରକାର ତରବରିଆ ଭାବେ ବିଭିନ୍ନ ବେଆଇନ କାର୍ଯ୍ୟ କରିଥିବା ଖଣି କମ୍ପାନୀଗୁଡ଼ିକୁ ୫୯ ହଜାର କୋଟି ଟଙ୍କାର ଜରିମାନା ନୋଟିସ ଦେଇଥିଲେ । କିନ୍ତୁ କୌଣସି କମ୍ପାନୀ ସରକାରଙ୍କୁ ଟଙ୍କାଟିଏ ବି ଦେଲେ ନାହିଁ । ପରବର୍ତ୍ତୀ କାଳରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ୧୮ହଜାର କୋଟି ଟଙ୍କା ଜରିମାନାରୁ ସବୁ ବି ଆଦାୟ କରିପାରି ନାହାନ୍ତି ସରକାର । ବିବିଧ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ସିରାଜୁଦ୍ଦିନ ପରି କମ୍ପାନୀ ବିରୋଧରେ ଆୟକର ଓ ଇଡି ମାମଲା ଚାଲୁଛି । ଏପରି ଅବସ୍ଥାରେ ସେହିସବୁ ବିବାଦୀୟ କମ୍ପାନୀଗୁଡ଼ିକ ଠାରୁ ଲାଞ୍ଚ ଗ୍ରହଣ କରିବା ବିଜୁ ଜନତା ଦଳ ପକ୍ଷରେ କେତେଦୂର ସମୀଚିନ? ଏହା ସହ ଏଥିରେ ସରକାରୀ କର୍ମଚାରୀ କିଭଳି ସମ୍ପୃକ୍ତ ହେବେ?
ଖଣି ଲୁଟ୍‌ ହେଲା । ସରକାର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରପାରିଲେ ନାହିଁ । ଭିଜିଲାନ୍ସ ମାମଲା ରୁଜୁ କରି ଚୁପ୍‌ ହୋଇ ବସିରହିଲେ ସରକାର । ୫୯ ହଜାର କୋଟି ଟଙ୍କା ଜରିମାନା ଆଦାୟ ହୋଇପାରିଲା ନାହିଁ । ଏବେ ସେମାନଙ୍କ ଠାରୁ ମୋବାଇଲ୍‌ ସେଟ୍‌ ଗ୍ରହଣ କରି ସରକାର ନିଜକୁ ଧନ୍ୟ ମନେକରୁଥିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*