୫୬ ଘଣ୍ଟା ପରେ କୁପୱାରା ଏନକାଉଣ୍ଟର ଶେଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଶ୍ରୀନଗର
ସ୍ଥାନୀୟ କୁପୱାରା ଜିଲ୍ଲାର ହାନ୍ଦୱାରାଠାରେ ଗତ ୫୬ ଘଣ୍ଟା ଧରି ଚାଲିଥିବା ଏନକାଉଣ୍ଟର ରବିବାର ଶେଷ ହୋଇଛି । ଏହି ଏନକାଉଣ୍ଟରରେ ୨ ଆତଙ୍କୀଙ୍କୁ ନିପାତ କରାଯାଇଥିବାବେଳେ ୩ ଜଣ ସିଆରପିଏଫ୍‌ ଯବାନ ଏବଂ ଜାମ୍ମୁ-କାଶ୍ମୀର ପୁଲିସର ୨ ପୁଲିସ୍‌ କର୍ମଚାରୀ ସହିଦ୍‌ ହୋଇଛନ୍ତି । ଗତ ଶୁକ୍ରବାରରୁ ଚାଲିଥିବା ଏହି ଗୁଳି ବିନିମୟବେଳେ ଜଣେ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି । ଯେଉଁସବୁ ସୁରକ୍ଷାକର୍ମୀ ଏହି ଏନକାଉଣ୍ଟରବେଳେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ମଲା ଅବସ୍ଥାରେ ପଡି ରହିଥିବା ଜଣେ ଆତଙ୍କବାଦୀ ହଠାତ୍‌ ଉଠି ଗୁଳିଚଳାଇବା ପରେ ନିହତ ହୋଇଥିଲେ । ଏହି ଏନକାଉଣ୍ଟରବେଳେ ଆତଙ୍କୀ ଦ୍ୱୟ ବାରମ୍ବାର ସେମାନଙ୍କ ଲୁଚିବା ସ୍ଥାନ ପରିବର୍ତ୍ତନ କରୁଥିବାରୁ ସୁରକ୍ଷାକର୍ମୀ ଦୁଇଟି ଘର ଏବଂ ଦୁଇଟି ଗୁହାଳ ଘରକୁ ଉଡାଇ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*