୫୦-୫୦ ଫର୍ମୁଲା ଏବେ ମିଛ କହୁଛି ଭାଜପା: ସଂଜୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସ୍ଥିତି ଅସ୍ପଷ୍ଟ ଥିଲା ବେଳେ ବୁଧବାର ପ୍ରଥମ ଥର ପାଇଁ ମୁହଁ ଖୋଲିଥିଲେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । ସେ କହିଥିଲେ ଯେ, ୫୦-୫୦ ଫର୍ମୁଲା ସେନାର ନୂଆ ଡିମାନ୍ଦ । ହେଲେ ଏବେ ଶିବସେନା ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ୍‌ ଭାଜପା ମିଛ କହୁଥିବା କଥା କହିଛନ୍ତି ।
ସଂଜୟ କହିଛନ୍ତି ଯେ, ମୁଁ ରାଣଖାଇ କହୁଛି ଯେ, ବାଲା ସାହେବ ଠାକରେଙ୍କ କୋଠରୀରେ ଭାଜପା ୫୦-୫୦ ପ୍ରତିଶ୍ରୁତିକୁ ସମର୍ଥନ ଦେଇଥିଲା । ହେଲେ ଏବେ ସେମାନେ ମିଛ କହୁଛନ୍ତି । ଭାଜପା ଏବଂ ଶିବସେନା ମଧ୍ୟରେ ଗଠବନ୍ଧନକୁ ନେଇ ବାଲାସାହେବଙ୍କ ରୁମ୍‌ରେ ଆଲୋଚନା ହୋଇଥିଲା । ଏହି ସମୟରେ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ଆମେ ବାଲାସାହେବଙ୍କ ରାଣ ଖାଉଛୁ, ମିଛ କହିବୁ ନାହିଁ । ମିଛକୁ ଆଧାର କରି ଆମେ କୌଣସି ଆଲୋଚନା କରୁନାହୁଁ । ଏବେ ବି ଆମେ କହୁଛୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଶିବସେନାଙ୍କୁ ମିଳିବ । ରାଉତ୍‌ ଟୁଇଟ୍‌ କରି କହିଛନ୍ତି ଯେ, ଏବେ ହାରିବା ଏବଂ ଡରିବା ମନା । ହାର୍‌ ସେତେବେଳେ ହୁଏ ଯେତେବେଳେ ତୁମେ କୌଣସି କଥାକୁ ମାନିନିଅ । ଜିତ୍‌ ସେତେବେଳେ ହୁଏ ଯେତେବେଳେ ତୁମେ ତୁମ ଜିଦ୍‌ରେ ଅଟଳ ରୁହ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*