୫୦ବର୍ଷରେ ୧୬,୭୦୦% ରିଟର୍ଣ୍ଣ ବିଶ୍ୱର ଶ୍ରେଷ୍ଠ ସେୟାର ବଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହଂକଂ

୧୯୬୯ରେ ଆରମ୍ଭ ହେବା ପରେ ହଂକଂର ହ୍ୟାଙ୍ଗ୍‌ ସେଙ୍ଗ୍‌ ଇନେ୍ଦକ୍ସ ଚୀନ ଅଭିବୃଦ୍ଧିର ସାକ୍ଷୀ ରହିଛି । ରବିବାର ହଂକଂର ଏହି ସେୟାର ବଜାର ୫୦ବର୍ଷ ଛୁଇଁଛି ।
ବ୍ଲୁମବର୍ଗ ତଥ୍ୟ ଅନୁସାରେ ୧୯୬୯ ପରେ ଅର୍ଥାତ ୫୦ ବର୍ଷ ମଧ୍ୟରେ ଏହି ଇନେ୍ଦକ୍ସରେ ୧୬,୭୦୦%ର ବୃଦ୍ଧି ଘଟିଛି । ପୂର୍ବରୁ ଏହି ଇନେ୍ଦକ୍ସରେ ଅଧିକ ସାମିଲ ଥିଲେ ସ୍ଥାନୀୟ ଫାର୍ମ । ହେଲେ ଯେତେବେଳେ ଏହି ବଜାରରେ ଚୀନର କିଛି ପ୍ରମୁଖ କମ୍ପାନୀ ସାମିଲ ହେଲେ ସେତେବେଳେ ଅଧିକରୁ ଅଧିକ କମ୍ପାନୀ ଏହି ସେୟାର ବଜାର ଆଡକୁ ମୁହାଁଇଥିଲେ । ବର୍ତ୍ତମାନ ଚୀନ କମ୍ପାନୀମାନଙ୍କର ଅଧା ବଜାର ପୁଞ୍ଜି ହ୍ୟାଙ୍ଗ୍‌ ସେଙ୍ଗରେ ଅଛି । ଚୀନର ବିକାଶରେ ଏହି ସେୟାର ବଜାରର ରହିଛି ବଡ ଯୋଗଦାନ । ବର୍ତ୍ତମାନ ସମୟରେ ଇନେ୍ଦକ୍ସରେ ଥିବା ଅଧିକାଂଶ କମ୍ପାନୀ ନିଜ ରାଜସ୍ୱ ଚୀନକୁ ଦେଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*