୫ଲକ୍ଷ ଟଙ୍କାର ୬ଟି କ୍ୟାମେରା ଜବତ ନକଲି ଆଧାରକାର୍ଡ କରି ଲୋକଙ୍କୁ ଲୁଟୁଥିଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ନକଲି ଆଧାରକାର୍ଡ କରି ଲୋକମାନଙ୍କଠାରୁ ଦାମି କ୍ୟାମେରା ଲୁଟି ନେଇ ଫେରାର ଥିବା ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ । ଗିରଫ ଲୁଟେରାଠାରୁ ପୁଲିସ ୬ଟି ଦାମି କ୍ୟାମେରା ଜବତ କରିଛି । ଜବତ କ୍ୟାମେରାର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ଲୁଟେରା ଜଣଙ୍କ ହେଲା ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ନିକଟସ୍ଥ ଟଙ୍ଗାବାଲି ଗ୍ରାମର ଆଶିଷ କୁମାର ମହନ୍ତ । ମଙ୍ଗଳବାର ଦିନ ଆଶିଷଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି । ଆଶିଷର ଅନ୍ୟଜଣେ ସହଯୋଗୀ ଫେରାର ଥିବାରୁ ତାକୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି । ସୂଚନାଯୋଗ୍ୟ ଯେ,ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ନିକଟସ୍ଥ ଟଙ୍ଗାବାଲି ଗ୍ରାମର ଆଶିଷ କୁମାର ମହନ୍ତ ଇନ୍‌ଫୋସିଟି ଥାନା ଅଞ୍ଚଳରେ ରୁହନ୍ତି । ଆଧାରକାର୍ଡରେ ଆଶିଷ ତାର ଅନ୍ୟ ଜଣେ ସାଙ୍ଗ ମିଶି ନକଲି ଆଧାରକାର୍ଡରେ ନିଜ ଫଟୋକୁ ରଖି କ୍ୟାମେରାକୁ ଭଡାସୂତ୍ରରେ ଆଣି ସେମାନଙ୍କୁ ଆଉ ଫେରାନ୍ତି ନାହିଁ । ଏହିଭଳି ୨୦ ରୁ ୨୫ ଜଣ ଯୁବକଙ୍କଠାରୁ ୨୦ରୁ ଅଧିକ କ୍ୟାମେରା ସେ ଲୁଟି ନେଇ ପଳାଇଥିଲେ । ଏନେଇ ୮ ଦିନ ତଳେ ଇନ୍‌ଫୋସିଟି ଥାନା ନନ୍ଦନବିହାର ବିକ୍ରମ ବେହେରା ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଅଭିଯୁକ୍ତ ଆଶିଷର ମୋବାଇଲ ଟ୍ରାକିଂ କରିଥିଲେ । ମଙ୍ଗଳବାର ଦିନ ଇନ୍‌ଫୋସିଟି ଅଞ୍ଚଳରେ ସେ ଅନ୍ୟ ଜଣେ ଯୁବକଙ୍କୁ ନକଲି ଆଧାରକାର୍ଡ ଦେଇ କ୍ୟାମେରା ଆଣୁଥିବାବେଳେ ପୁଲିସ ତାକୁ କାବୁ କରି ନେଇଥିଲା । ତାର ସହଯୋଗୀ ପୁଲିସ ହାତରୁ ଖସି ପଳାଇଥିଲା । ଆଶିଷ ନିକଟରୁ ପୁଲିସ ୬ଟି ଦାମି କ୍ୟାମେରା ଜବତ କରିଛି । ଯାହାର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*