୪ ମାସ ପାଇଁ ବ୍ଲାକ୍‌ଲିଷ୍ଟରୁ ବର୍ତ୍ତିଲା ପାକିସ୍ତାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆତଙ୍କୀଙ୍କ ସାହାରା ବନିଥିବା ପାକିସ୍ତାନ ବର୍ତ୍ତମାନ ପାଇଁ ଟେରର୍‌ ଫନ୍ଦିଂ ନେଇ ବ୍ଲାକ୍‌ଲିଷ୍ଟ ହେବାରୁ ବର୍ତ୍ତିଯାଇଛି । ଆତଙ୍କୀଙ୍କୁ ଅନୁଦାନ ପ୍ରଦାନ ବନ୍ଦ କରିବା ଭଳି ଅନୂ୍ୟନ ୨୨ଟି ଟାର୍ଗେଟକୁ ପୂରଣ କରିବାରେ ପାକିସ୍ତାନ ବିଫଳ ହୋଇଥିଲେ ମଧ୍ୟ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ) ଶୁକ୍ରବାର ଏହାକୁ ଆଉ ୪ ମାସ ଗ୍ରେଲିଷ୍ଟରେ ରଖିବାକୁ ନିଷ୍ପତ୍ତି ନେଇଛି । ଏହାସହ ଏଫଏଟିଏଫ୍‌ ପାକିସ୍ତାନକୁ ଯଦି ଆଗାମୀ ୪ ମାସ ମଧ୍ୟରେ ଏହା ଟେରର୍‌ ଫନ୍ଦିଂ, ମନି ଲନ୍ଦି୍ରଂ ଭଳି ମାମଲାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନକରେ, ତେବେ ଏହାକୁ ବ୍ଲାକଲିଷ୍ଟରେ ରଖିଦିଆଯିବ ବୋଲି ଚେତାଇ ଦେଇଛି । ପ୍ୟାରିସ୍‌ଠାରେ ଅନୁଷ୍ଠିତ ୫ ଦିନିଆ ଏଫଏଟିଏଫ ବୈଠକର ଶେଷ ଦିନରେ ଏହି ଘୋଷଣା କରାଯାଇଛି ।
ଗତ ବର୍ଷ ଜୁନ ମାସରେ ପାକିସ୍ତାନ ଯେଉଁ ୨୭ଟି ପ୍ରସଙ୍ଗରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା, ତାହାର ପୂରଣ ପାଇଁ ଉକ୍ତ ଦେଶକୁ ୨୦୨୦, ଫେବୃଆରୀ ମାସ ଯାଏ ସମୟ ଦେଇଛି ଏଫଏଟିଏଫ୍‌ । ସୂଚନା ଅନୁସାରେ ପାକିସ୍ତାନ ଏଫଏଟିଏଫକୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ କେବଳ ୫ଟିକୁ ପୂରଣ କରିପାରିଥିଲା । ଏହାସତ୍ତ୍ୱେ ପାକିସ୍ତାନକୁ ଅବଶିଷ୍ଟ ସଂକଳ୍ପ ପୂରଣ କରିବାକୁ ଆଉ ୪ ମାସ ସମୟ ପ୍ରଦାନ କରାଯାଇଛି । କୁହାଯାଉଛି ଯେ, ଏଫଏଟିଏଫର ନିଷ୍ପତ୍ତି ଗ୍ରହଣ କରୁଥିବା ପ୍ୟାନେଲ ଥିବା ଚୀନ ପାକିସ୍ତାନକୁ ବ୍ଲାକଲିଷ୍ଟ ହେବାରୁ ବଞ୍ଚାଇ ଦେଇଛି ।
ପ୍ରକାଶ ଥାଉ କି, ଯଦି ପାକିସ୍ତାନ ଆଗକୁ ବ୍ଲାକଲିଷ୍ଟରେ ରୁହେ, ତେବେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଥିବା ପାକିସ୍ତାନର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିବ । ପାକିସ୍ତାନରେ ବୈଦେଶିକ ନିବେଶ ବନ୍ଦ ହୋଇଯିବା ସହ ଏବହା ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫ ଭଳି ସଂସ୍ଥାରୁ ଋଣ ମଧ୍ୟ ଆଣିପାରିବନି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*