୪୯ତମ ବିଶ୍ୱ ପର୍ଯ୍ୟଟନ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ନୀଳଗିରି

ନୀଳଗିରି କଲେଜର ପର୍ଯ୍ୟଟନ ଓ ଅତିଥ୍ୟତା ବିଭାଗ ପକ୍ଷରୁ ମହାସମାରୋହରେ ୪୯ତମ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ଶତପଥି ଉପସ୍ଥିତ ରହି ଦିବସର ସଭାକୁ ଉଦ୍ଘାଟନ କରିଥିଲେ । ବିଭାଗ ପକ୍ଷରୁ ଡିବେଟ୍, କୁଇଜ ଉପରେ ପିଲାମାନଙ୍କ ଭିତରେ ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା । ଡିବେଟ ଉପରେ ୧୨ଜଣ ପିଲା ବକ୍ତୃତା ଦେଇଥିବାବେଳେ କୁଇଜରେ ୨୮ଜଣ ପିଲା ଭାଗ ନେଇଥିଲେ । ଏହା ପରେ ବିଭାଗ ପକ୍ଷରୁ ସାଧାରଣ ସଚେତନତା ପାଇଁ କଲେଜ ପରିସରରୁ ଏକ ମାସର୍ୟାଳି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କରାଯାଇଥିଲା । ନୋଡାଲ ଅଫିସର ସୁବ୍ରତ କୁମାର ନାୟକ ପରିଚାଳନା କରିଥିବାବେଳେ ଅଧ୍ୟାପକ ମନୋରଞ୍ଜନ ମହାପାତ୍ର, ଅଧ୍ୟାପିକା କିରଣବାଳା ସେଠୀ, ଶୁଭ୍ରାଂଶୁ ଶେଖର ପାଢ଼ୀ, ଶଙ୍କର୍ଷଣ ନାୟକ, ବିଭାଗୀୟ ଅଧ୍ୟାପକ ଅଜିତ କୁମାର ନାୟକ, ଅଧ୍ୟାପିକା ମମତା ଦାସ, ସୁସ୍ମିତା ନାୟକ, ହରିପି୍ରୟା ନାୟକ ସମେତ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ପର୍ଯ୍ୟଟନ ଦିବସ ପାଳନ ଅବସରରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ସାମିଲ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*