୪୯ତମ କୁମାର ଉତ୍ସବ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ବାରିପଦା

ବାରିପଦାର ରଥ ପଡ଼ିଆଠାରେ ଆୟୋଜିତ ଦୁଇଦିନିଆ ୪୯ତମ କୁମାର ଉତ୍ସବକୁ ରବିବାର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଉଦ୍ଘାଟନ କରିଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଉପରେ ସାଂସଦ ସରୋଜିନୀ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବାରିପଦା ସହରରେ ସ୍ୱଚ୍ଛତା କାର୍ଯ୍ୟ କରୁଥିବା ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କୁ ଉପାୟନ ଓ ମାନପତ୍ର ପ୍ରଦାନ କରି ସାଂସଦ ସରୋଜିନୀ ସମ୍ବର୍ଦ୍ଧିତ କରିଥିଲେ ।
କୁମାର ଉତ୍ସବ ସମିତିର ସଭାପତି ହରପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଶିବୁ ରଣା, ଉପଦେଷ୍ଟା କାର୍ତ୍ତିକେଶ୍ୱର ରଣା ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*