୪୮ ଘଣ୍ଟା ଭିତରେ ପ୍ରାର୍ଥୀର ଅପରାଧିକ ତାଲିକା ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଁ ନିଦେ୍ର୍ଦଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ସୁପ୍ରିମକୋର୍ଟ ଗୁରୁବାର ରାଜନୈତିକ ଦଳରେ ଦାଗୀ ନେତା ଓ ଅପରାଧୀଙ୍କ ସଂଖ୍ୟା ବଢୁଥିବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଥିସହିତ ସୁପ୍ରିମକୋର୍ଟ ସମସ୍ତ ରାଜନୈତିକ ଦଳକୁ ସେମାନଙ୍କ ଦାଗୀ ପ୍ରାର୍ଥୀମାନଙ୍କ ଅପରାଧିକ ପୃଷ୍ଠଭୂମି ନିଜ ନିଜ ୱେବସାଇଟ ଏବଂ ସୋସିଆଲ ମିଡିଆରେ ପ୍ରକାଶ କରିବାକୁ ନିଦେ୍ର୍ଦଶ ଦେବା ସହ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ସେମାନେ କାହିିଁକି ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବାଛିଲେ, ତାହା ମଧ୍ୟ ଜଣାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଭାଜପା ନେତା ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ରୋହିନଟନ ଏଫ ନରିମାଣଙ୍କ ନେତୃତ୍ୱାଧୀନ ଖନ୍ଦପୀଠ ଏହି ରାୟ ଦେଇଛନ୍ତି । ଅଶ୍ୱିନୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ, ୨୦୧୮, ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ପ୍ରାର୍ଥୀ ନିଜ ସତ୍ୟପାଠରେ ନିଜର ଅପରାଧିକ ରେକର୍ଡ ବିଷୟରେ ସୂଚନା ଦେବେ ବୋଲି ଯେଉଁ ନିଦେ୍ର୍ଦଶ ଦେଇଥିଲେ, ତାହାକୁ ପାଳନ କରାଯାଉନାହିଁ ।
ଗତ ୪ ସାଧାରଣ ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ଖୁବ୍‌ ବୃଦ୍ଧି ପାଇଛି ବୋଲି ଖନ୍ଦପୀଠ ମତବ୍ୟକ୍ତ କରି ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କହିଥିଲେ । ପ୍ରାର୍ଥୀଙ୍କ ଚୟନ ସେମାନଙ୍କ ଯୋଗ୍ୟତାକୁ ଆଧାର କରି କରାଯିବା ଦରକାର । କେବଳ ଜଣେ ନିର୍ବାଚନ ଜିତିପାରିବା ଆଧାରରେ ପ୍ରାର୍ଥୀ ଚୟନ କରାଯିବା ଉଚିତ୍‌ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହା ସହ କୋର୍ଟ ରାଜନୈତିକ ଦଳଗୁଡିକ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ବାବଦରେ ସୂଚନା ଉଭୟ ସ୍ଥାନୀୟ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ ସହ ନିଜ ୱେବସାଇଟ୍‌ରେ ପ୍ରଦାନ କରିବାକୁ କହିଥିଲେ । ଏହାପରେ ଦଳଗୁଡିକ ସେମାନେ ସବୁ ନିୟମର ଅନୁପାଳନ କରୁଛନ୍ତି ବୋଲି ଏକ ରିପୋର୍ଟ ପ୍ରଦାନ କରିବା ସହ ଏଥିରେ ଉଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ପ୍ରସ୍ତୁତ ଥିବା ନେଇ ସତ୍ୟପାଠ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।
ଦୁଷ୍କର୍ମ ଏବଂ ହତ୍ୟା ଭଳି ଜଘନ୍ୟ କାନ୍ଦର ଅଭିଯୁକ୍ତ ଥିବା ଲୋକଙ୍କୁ ଦଳରେ ସାମିଲ କରୁଥିବା ରାଜନୈତିକ ଦଳଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ଏକ ସତର୍କ ଘଣ୍ଟି ସଦୃଶ । ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ମଧ୍ୟ ରାଜନୈତିକ ଦଳରେ ଅପରାଧିକ ରେକର୍ଡ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଚିନ୍ତା ପ୍ରକଟ କରିଥିଲେ । ଇସିଆଇ ସୂଚନା ଅନୁସାରେ, ବର୍ତ୍ତମାନ ସଂସଦର ୪୬% ସଦସ୍ୟଙ୍କ ନାମରେ ଅପରାଧିକ ମାମଲା ରହିଛି । ୨୦୦୪ ମସିହାରେ ଲୋକସଭାରେ ଦାଗୀ ସାଂସଦଙ୍କ ହାର ୨୪% ଥିବାବେଳେ ୧୨% ସାଂସଦ ଅତ୍ୟନ୍ତ ଗମ୍ଭୀର ମାମଲାରେ ଜଡିତ ଅଛନ୍ତି । ସେହିପରି ୨୦୦୯ରେ ଏହି ଦାଗୀ ସାଂସଦ ୩୦%, ଗମ୍ଭୀର ମାମଲା ଥିବା ସାଂସଦଙ୍କ ହାର ୧୪% ଥିଲା । ୨୦୧୪ ଏବଂ ୨୦୧୯ ଲୋକସଭାରେ ଦାଗର ସାଂସଦ ଏବଂ ଗମ୍ଭୀର ଆରୋପ ଥିବା ସାଂସଦଙ୍କ ହାର ଯଥାକ୍ରମେ ୩୪% ଓ ୨୧% ଏବଂ ୪୩% ଓ ୧୨% ରହିଛି । ଏହି ଅବସରରେ ଇସିଆଇ ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ରାଜନୀତିରୁ ଦୂରରେ ରଖିବା ପାଇଁ ନିଦେ୍ର୍ଦଶ ଜାରି ଉପରେ ସହମତି ପ୍ରକାଶ କରିଥିଲେ ।
ପ୍ରକାଶ ଥାଉ କି, ଗତ ନଭେମ୍ବର ୨୫ରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ନିଦେ୍ର୍ଦଶ ଦେଇ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନ ଲଢିବାରୁ ନିବୃତ୍ତ କରିବା ସକାଶେ ଆଦେଶ ଜାରି କରନ୍ତୁ । ଏହାଦ୍ୱାରା ୩ ମାସ ମଧ୍ୟରେ ରାଜନୈତିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଟିକଟ ଦିଆଯିବାରୁ ରୋକାଯାଇପାରିବ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଥିଲେ । ସେତେବେଳେ ପ୍ରଧାନ ବିଚାରପତି ଏସଏ ବୋବଡେ ଏବଂ ଜଷ୍ଟିସ୍‌ ବିଆର ଗୋବଇର ଖନ୍ଦପୀଠ ଆବେଦନକାରୀ ଅଶ୍ୱନୀ ଉପାଧ୍ୟାୟଙ୍କ ଏସଂକ୍ରାନ୍ତ ଜନହିତ ଆବେଦନର ବିଚାର କରିବାକୁ ମନା କରିଦେଇଥିଲେ । ଉପାଧ୍ୟାୟ ନିଜ ଆବେଦନରେ ଦାବି କରିଥିଲେ ଯେ, ଅପରାଧିକ ଛବି ଥିବା ଲୋକଙ୍କୁ ନିର୍ବାଚନ ଟିକେଟ ଦିଆଯିବାରୁ ରୋକାଯାଉ ଏବଂ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଖବରକାଗଜରେ ପ୍ରକାଶିତ ହେଉ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*