୪୦ବର୍ଷ ପରେ ଫୁଟବଲ ମ୍ୟାଚ ଦେଖିଲେ ଇରାନ ମହିଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ତେହେରାନ

ଦୀର୍ଘ ୪୦ବର୍ଷ ପରେ ଗୁରୁବାର ଦିନ ପ୍ରଥମ କରି ଇରାନର ମହିଳା ମାନେ ଟିକେଟ୍‌ କାଟି ଷ୍ଟାଡିୟମ ଭିତରକୁ ଯାଇ ଫୁଟବଲ ମ୍ୟାଚ ଦେଖିବାର ପାଇଥିଲେ ସୁଯୋଗ । ୧୯୭୯ ମସିହାରେ ଇସଲାମିକ୍‌ ବିପ୍ଲବ ଆରମ୍ଭ ହେବା ପରଠାରୁ ପୁରୁଷ ଫୁଟବଲ ମ୍ୟାଚ ଷ୍ଟାଡିୟମରେ ବସି ଦେଖିବାକୁ ମହିଳାମାନଙ୍କୁ ବାରଣ କରାଯାଇଥିଲା । ମହିଳା ଅଧିକାର ସଂଗଠନ ଗୁଡିକ ପକ୍ଷରୁ ଚାପ ଦିଆଯିବା ଏବଂ ବିଶ୍ୱ ଫୁଟବଲ ସଂଘର ଜୋର ପରେ ମହିଳାମାନଙ୍କୁ ଷ୍ଟାଡିୟମକୁ ଯିବା ଲାଗି ମିଳିଛି ଅନୁମତି । ଗୁରୁବାର ଆଜାଦି ଷ୍ଟାଡିୟମରେ ଇରାନ ଓ କାମ୍ବୋଡିଆ ବିପକ୍ଷ ମ୍ୟାଚ ପାଇଁ ୩ହଜାର ଟିକେଟ୍‌ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଥିଲା । ଷ୍ଟାଡିୟମର ଏକ ସ୍ୱତନ୍ତ୍ର ଅଞ୍ଚଳରେ ମହିଳାଙ୍କ ବସିବା ଲାଗି କରାଯାଇଥିଲା ବ୍ୟବସ୍ଥା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*